
ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।
ନିଜ ବାର୍ତ୍ତାରେ ସେ କହିଛନ୍ତି, “ଦଶହରାର ପ୍ରାଥମିକ ବାର୍ତ୍ତା ହେଉଛି — ଅସତ୍ୟ ଉପରେ ସତ୍ୟର ବିଜୟ, ଏହା ସହିତ ନବୀନ ଆହ୍ୱାନ କରିଛନ୍ତି ଯେ ଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ଦୁର୍ଗା ମାଙ୍କ ଆଶୀର୍ବାଦ କାମନା କରିବା ଉଚିତ୍ ।
