Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା

Posted on January 15, 2026

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍‌ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ ଯିବେ । ଏହା ଦ୍ବାରା ଓଡ଼ିଶାକୁ ପୁଞ୍ଜି ଆସିବ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ପ୍ରକାଶଥାଉକି, ପୂର୍ବରୁ ହାଇଦ୍ରାବାଦରେ ଇଇନ୍‌ଭେଷ୍ଟର ମିଟ ଆୟୋଜିତ ହୋଇଥିବା ବେଳେ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଥିଲା ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି । ପାନୀୟ ଜଳ ସମସ୍ୟାକୁ ନେଇ ଟିକେ ଅସନ୍ତୋଷ ରହି ଆସିଛି ଆସନ୍ତା ବଜେଟରେ କିଛି ନୂଆ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ ହେବ ।ଅନ୍ୟପଟେ ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍‌ ୱିଣ୍ଡୋ ବୈଠକ ହେବ । ଯାହାଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ ବୋଲି କହିଛନ୍ତି ଅନୁ ଗର୍ଗ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme