Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସଙ୍କଟରେ ଆମେରିକୀୟ ଚାଷୀ; ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି

Posted on September 29, 2025

 

ନିଜେ ବୁଣିଥିବା ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସମେତ ଅନ୍ୟ ଦେଶ ଉପରେ ଫୁଟାଇଥିବା ଟାରିଫ୍ ବୋମା ଟ୍ରମ୍ପଙ୍କ ଉପରେ ଭାରି ପଡିବ । ଏବେ ସୋୟାବିନ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚୀନ ସୋୟାବିନ ଆମଦାନୀ  ରୋକ ଲଗାଇବା ପରେ ସଙ୍କଟରେ ପଡିଛନ୍ତି ଆମେରିକା ଚାଷୀ । ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଅଗଷ୍ଟରେ ଚୀନକୁ ୯୦ ଦିନର ଛାଡ ଦେବା ସମୟରେ ସୋୟାବିନ କିଣିବାକୁ ଗୁହାରି କରିଥିବା ଦେଖିବାକୁ ମିଳିଥିଲା । ଜେନେଭାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ପରେ ଶୁଳ୍କକୁ ୩ମାସ ସ୍ଥଗିତ ରଖାଯାଇଥିଲା । ଏବେ ଟ୍ରମ୍ପଙ୍କର ଟାରିଫ୍ ବୋମା ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି । ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସୋୟାବିନ୍ । ଆମେରିକା ସୋୟାବିନ ଚାଷୀ ସମସ୍ୟାରେ ପଡିଛନ୍ତି । ସଙ୍କଟରେ ଫସିଛନ୍ତି ଚାଷୀ । ଯାହାର କାରଣ ଚୀନ । ଆମେରିକା ଟାରିଫ୍‌ର ଜବାବ ଦେଇ ସୋୟାବିନ କିଣା ଉପରେ ପ୍ରତିବନ୍ଧକ ଲଗାଇଛି ଚୀନ । ଫଳରେ ସୋୟାବିନ ଚାଷୀଙ୍କ ପାଇଁ ବଡ ବଜାରରେ ସାମଗ୍ରୀ ପହଞ୍ଚାଇବା ବନ୍ଦ ହୋଇଛି । ଫଳରେ ୧୨ ଅରବ ଡଲାର କ୍ଷତି ହୋଇଛି । ଚୀନ ସାଧାରଣତଃ ଆମେରିକାଠୁ ସୋୟାବିନର ଏକ-ଚତୁର୍ଥାଶଂ ବିକ୍ରିର ବଡ ବଜାର ହୋଇଛି । ହେଲେ ଗତ ମେ ମାସରୁ ଟ୍ରମ୍ପଙ୍କ ଟାରିଫ୍ ପାଇଁ ଚୀନ ସୋୟାବିନ୍ ଆମଦାନୀ ବନ୍ଦ କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme