
ଅନୁଗୋଳ ବନଖଣ୍ଡର ଶ୍ୟାମସୁନ୍ଦର ପୁରୁ ଗାଁ ନିକଟ ଏକ ଧାନ କ୍ଷେତରେ ଆଜି ସକାଳୁ ଏକ ହାତୀ ଛୁଆ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବୟସ ପ୍ରାୟ ଏକମାସ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କିଛି ହାତୀ ପଲ ଗତ କାଲି ରାତିରୁ ଧାନ ଖାଇବା ଉଦ୍ଦେଶ୍ୟରେ ବିଲ ମଧ୍ୟକୁ ଆସିଥିଲେ । ହାତୀ ପଲ ମଧ୍ୟରେ ହାତୀ ଛୁଆ ରହିଥିବାବେଳେ , ସକାଳ ହେଇଯିବା କାରଣରୁ ହାତୀ ପଲ ନିକଟରେ ଥିବା ମନ୍ଦରଗିରୀ ଜଙ୍ଗଲ ଆଡ଼କୁ ଫେରିଯାଇଥିଲେ ହେଲେ ହାତୀ ଛୁଆଟି ଆଉ ବିଲ ମଧ୍ୟ ରୁ ବାହାରି ପାରିନଥିଲା ଫଳରେ ମା ହାତୀ ଛୁଆଟିକୁ ଛାଡି ଦେଇ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ସକାଳୁ ସକାଳୁ ବିଲକୁ କିଛି ଚାଷୀ ଜାଇଥିବା ବେଳେ ହାତୀ ଛୁଆ ଟିକୁ ଦେଖି ବନ ବିଭାଗ କୁ ଖବର କରିଥିଲେ। ବନ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଂଚି ଛୁଆ ହାତୀଟି କୁ ଉଦ୍ଧାର କରି ନେଇଥିବା ସୂଚନା ରହିଛି ।

