Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରୀଲଙ୍କାରେ ତାଣ୍ଡବ, ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ନିଖୋଜ

Posted on November 28, 2025

ଶ୍ରୀଲଙ୍କାରେ ଦ୍ବିତାର ତାଣ୍ଡବ । ବାତ୍ୟା ଦିତ୍ବା ଶ୍ରୀଲଙ୍କାରେ ଧ୍ବଂସ ଲୀଳା ଜାରି ରଖିଛି । ବାତ୍ୟା ପ୍ରଭାବରେ ହୋଇଥିବା ଭୂସ୍ଖଳନ ଓ ବନ୍ୟାରେ ୪୭ ଜଣ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ନିଖୋଜ ଅଛନ୍ତି । ଗତକାଲି ସାମୁଦ୍ରିକ ଝଡ଼ ଦିତ୍ବା ଶ୍ରୀଲଙ୍କା ଉପକୂଳ ଛୁଇଁଥିଲା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଥିଲା ଘଣ୍ଟାପ୍ରତି ୮୦ କିଲୋମିଟର । ନଭେମ୍ବର ୨୬ରେ ଲଘୁଚାପ ସୃଷ୍ଟି ହୋଇ ଏକ ବକ୍ରାକାର ରୂପ ନେବା ସହ ଶ୍ରୀଲଙ୍କା ଉପକୂଳ ଆଡେ ମୁହାଁଥିଲା । ବାତ୍ୟା ପ୍ରଭାବରେ ଉତ୍ତର, ଉତ୍ତର-କେନ୍ଦ୍ରୀୟ, ପୂର୍ବ, କେନ୍ଦ୍ରୀୟ ଶ୍ରୀଲଙ୍କା ଏବଂ ଉଭା ପ୍ରଦେଶରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ସେପଟେ ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ୫,୦୦୦ରୁ ଊର୍ଦ୍ଧ୍ୱ ଘର ଜଳମଗ୍ନ ହୋଇଯାଇଛି, ରାସ୍ତାଘାଟ ଓ ପୋଲ ଭାସିଯାଇଛି । ହଜାର ହଜାର ଲୋକ ବିସ୍ଥାପିତ ହୋଇ ଆଶ୍ରୟସ୍ଥଳୀରେ ରହିଛନ୍ତି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଅନେକ ଗାଁ ପ୍ରଭାବିତ ହୋଇଛି । ଶ୍ରୀଲଙ୍କାରେ ରେଡ୍ ୱାଲର୍ଟ ଜାରି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ମୁତୟନ ହୋଇଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାରେ ତାଣ୍ଡବ ପରେ ତାମିଲନାଡ଼ୁ-ପୁଡୁଚେରୀ ଉପକୂଳ ମୁହାଁ ହୋଇଛି ବାତ୍ୟା ଡିଟୱା । ଯାହାକୁ ନେଇ ଦକ୍ଷିଣ ଭାରତରେ ଆଲର୍ଟ ଜାରି ହୋଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୨୯ ତାରିଖ ରାତି ଓ ୩୦ ତାରିଖ ସକାଳେ ଏହା ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼େ ପହଞ୍ଚିବ । ସବୁଠାରୁ ଅଧିକ ବିପଦ ରହିଛି ଚେନ୍ନାଇ, କୁଡ୍ଡାଲୋର, ନାଗାପଟ୍ଟିନମ, କାରାଇକାଲ ଓ ନେଲ୍ଲୋର ଅଞ୍ଚଳକୁ । କେରଳରେ ମଧ୍ୟ ପ୍ରଭାବ ରହିବ । ଆଜି ଓ କାଲି ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀରେ ଅତି ଭୀଷଣ ବର୍ଷା ଆଶଙ୍କା ରହିଛି । କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ୩୦ ଓ ଡିସେମ୍ବର ୧ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। କେରଳ ଓ ଲକ୍ଷାଦ୍ୱୀପରେ ମାଛଧରା ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme