
ପୁରୀ ଶ୍ରୀମନ୍ଦିର ଭିତରେ ପୁଣି ହିଡେନ କ୍ୟାମେରା ଜବତ । ଶ୍ରୀମନ୍ଦିର ଜଗମୋହନ ନିକଟରେ ହିଡେନ କ୍ୟାମେରା ଜବତ । ଚଷମାରେ ହିଡେନ କ୍ୟାମେରା ପିନ୍ଧିଥିବା ଭକ୍ତ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭକ୍ତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା ।
ଅନ୍ୟପଟେ ଶ୍ରୀ ମନ୍ଦିର ଗର୍ଭଗୃହରେ ସେବକ ବେଶରେ ପଶିଲେ ଭକ୍ତ । ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରା ଉଚରା କରିଥିଲା । ପରେ କାର୍ଯ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବା ସୂଚନା ମିଳିଛି । ପୂର୍ବରୁ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । ବାରମ୍ବାର ଏପରି ଘଟଣାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l

