
ଶ୍ରୀମନ୍ଦିରର ୧କିମି ପରିଧି କିମ୍ବା ବଡ଼ଦାଣ୍ଡରେ ବିକ୍ରି ହେବନି ମଦ । ଶ୍ରୀକ୍ଷେତ୍ରକୁ ନିଶାମୁକ୍ତ କରିବା ପାଇଁ ମୋହନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ମନ୍ଦିର ଚତୁଃପାର୍ଶ୍ୱରେ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ସେହିପରି ବଡ଼ଦାଣ୍ଡରେ ଗୋଟିଏ ବି ମଦ ଦୋକାନ ରହିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଏହାଛଡ଼ା ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଛୋଟ ଛୋଟ ରାସ୍ତାରେ ବି ଆମିଷ ବିକ୍ରିକୁ ବାରଣ କରାଯାଇଛି । ଏହାକୁ ଖିୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ଚାରିପାଖରେ ମଦ ବିକ୍ରି ବନ୍ଦ ନେଇ ପଲିସି ଆସିବା ପରେ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।

