Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶୌଚାଳୟର ମୂଲ୍ୟ ୮୩ କୋଟି

Posted on November 3, 2025

ବିଶ୍ୱର ସବୁଠୁ ଦାମୀ ଶୌଚାଳୟ ଆସନ୍ତା ୧୮ ତାରିଖରେ ଆମେରିକାରେ ନିଲାମ ହେବାକୁ ଯାଉଛି । ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ ପକ୍ଷରୁ ଏହା ଘୋଷଣା କରାଯାଇଛି । କମ୍ପାନି ଅନୁସାରେ, ଶୁଦ୍ଧ ସୁନାରେ ତିଆରି ‘ଆମେରିକା’ ନାମକ ଏହି ସଂରଚନାକୁ ଇଟାଲୀୟ କଳାକାର ମାରିଜିଓ କ୍ୟାଟଲନ୍‌ ପ୍ରସ୍ତୁତ କରିଛନ୍ତି । ଏହାର ଲୁକ୍‌ ଇଂଲଣ୍ଡର ବ୍ଲେନ୍‌ହେମ ପ୍ୟାଲେସ୍‌ରୁ ୨୦୧୯ରେ ଚୋରି ହୋଇଥିବା ପ୍ରସିଦ୍ଧ ସୁନା ଶୌଚାଳୟ ସହ ସମାନ । ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ଏହି ଶୌଚାଳୟକୁ ତିଆରି କରିବାକୁ ୧୦୧.୨ କିଲୋଗ୍ରାମରୁ ଅଧିକ ଶୁଦ୍ଧ ସୁନା ବ୍ୟବହାର ହୋଇଛି ।

ଏଭଳିକ୍ଷେତ୍ରରେ ତାର ନିଲାମୀ ଲାଗି ବେସ୍‌ ପ୍ରାଇସ୍‌ ବା ପ୍ରାରମ୍ଭିକ ମୂଲ୍ୟ ଭାରତୀୟ ମୁଦ୍ରାରେ ୮୩ କୋଟି ଟଙ୍କା ରଖାଯାଇଛି । ନିଲାମୀ ଉଦ୍ଦେଶ୍ୟରେ ‘ଆମେରିକା’କୁ ସୋଥବୀର ନ୍ୟୁୟର୍କସ୍ଥିତ ମୁଖ୍ୟାଳୟରେ ନଭେମ୍ବର ୮ ତାରିଖରୁ ପ୍ରଦର୍ଶିତ କରାଯିବ । ସେଠାରେ ତାହା ଏକ ବାଥରୁମ୍‌ରେ ସ୍ଥାନ ପାଇବ । ଦର୍ଶକ କିମ୍ବା ନିଲାମରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ତାକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇବେ । ତେବେ ସେମାନେ ତାକୁ ବ୍ୟବହାର କରିପାରିବେ ନାହିଁ ।

ସୋଥବୀର ଜଣେ କର୍ମକର୍ତ୍ତା କହିଛନ୍ତି, ମାରିଜିଓ କ୍ୟାଟଲନ୍‌ ୨୦୧୬ ମସିହାରେ ‘ଆମେରିକା’ର ଦୁଇଟି ସଂସ୍କରଣ ପ୍ରସ୍ତୁତ କରିଥିଲେ । ବର୍ତ୍ତମାନ ଯାହା ନିଲାମ ହେବାକୁ ଯାଉଛି ତାହା ୨୦୧୭ରୁ ଜଣେ ଅଖ୍ୟାତ ସଂଗ୍ରହକାରୀଙ୍କ ନିକଟରେ ଥିଲା । ଦ୍ୱିତୀୟ ସଂସ୍କରଣଟି ୨୦୧୬ରେ ନ୍ୟୁୟର୍କର ଗୁଗେନ୍‌ହାଇମ୍‌ ସଂଗ୍ରହାଳୟ ସ୍ଥିତ ଏକ ବାଥ୍‌ରୁମ୍‌ରେ ପ୍ରଦର୍ଶନ କରାଯାଇଥିଲା । ସେତେବେଳେ ତାକୁ ଦେଖିବାକୁ ଲୋକଙ୍କର ଲମ୍ବା ଲାଇନ୍‌ ଲାଗିଥିଲା । ପ୍ରାୟ ୧ ଲକ୍ଷ ଲୋକ ତାକୁ ଦେଖିଥିଲେ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଗୁଗେନ୍‌ହାଇମ୍‌ ପକ୍ଷରୁ ତାଙ୍କୁ ସେହି ଶୌଚାଳୟ ଉପହାର ଆକାରରେ ଅଫର୍‌ କରାଯାଇଥିଲା । କିନ୍ତୁ ସେ ତାକୁ ସ୍ୱୀକାର କରିନଥିଲେ । ପରେ ୨୦୧୯ରେ ତାହା ୱିନଷ୍ଟନ୍‌ ଚର୍ଚ୍ଚିଲଙ୍କ ଜନ୍ମସ୍ଥାନ ବ୍ଲେନ୍‌ହେମ୍‌ ପ୍ୟାଲେସ୍‌ରେ ପ୍ରଦର୍ଶିତ ହୋଇଥିଲା । ଦୁର୍ଭାଗ୍ୟକୁ କିଛି ଦିନ ମଧ୍ୟରେ ଚୋରମାନେ ସେହି ବିଲ୍‌ଡିଂରେ ପଶି ପାଇପ୍‌ ତାଡି଼ ତାକୁ ଚୋରି କରିନେଇଥିଲେ । ସେହି ସୁନା ଶୌଚାଳୟ ଚୋରି ଅଭିଯୋଗରେ ଚଳିତବର୍ଷ ଦୁଇଜଣଙ୍କୁ ଜେଲ୍‌ ଦଣ୍ଡ ମିଳିଥିଲା । କିନ୍ତୁ ଶୌଚାଳୟଟି ଉଦ୍ଧାର ହୋଇନଥିଲା । ଚୋର ତାକୁ ତରଳାଇ ବିକ୍ରି କରିଦେଇଥିବା ତଦନ୍ତକାରୀମାନେ ଆଶଙ୍କା ପ୍ରକାଶ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme