
ରାୟଗଡ଼ା: ରାୟଗଡ଼ାର ସ୍ବନମଧନ୍ୟ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। କମିଶନରେଟ୍ ପୁଲିସ ଏହାର ତଦନ୍ତ କରି ଭୁବନେଶ୍ବର ବୁଦ୍ଧ ନଗରର ଅର୍ଜୁନ ପ୍ରଧାନ ଓ ପିଡବ୍ଲ୍ୟୁଡି ବସ୍ତି କଦଳୀ ଗୋଦାମର ସୁନିଲ ନାଇକକୁ ଗିରଫ କରି ତାଙ୍କ ଠାରୁ ୩ଟି ମୋବାଇଲ ଫୋନ ଜବତ କରିଥିଲେ। ଗତ ସୋମବାର ଦିନ ରାୟଗଡ଼ାର ଶିକ୍ଷକ ଶ୍ରୀ ସାହୁ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନର ଏକ କର୍ମଶାଳାରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଯାଇଥିଲେ। ୬ ନମ୍ବର ପ୍ଲାଟଫର୍ମରୁ ବାହାରି କଟକରୋଡକୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଜଣା ଦୁର୍ବୃତ୍ତ କାଠ ଫାଳିଆରେ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଫୋନ ଲୁଟି ନେଇଥିଲେ। ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡିଥିଲା। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ବିଭିନ୍ନ ସଂଗଠନ ଏବଂ ବୁଦ୍ଧିଜୀବି ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ଦାବି କରିଥିଲେ । ଏପରିକି ବିରୋଧୀଦଳ ନେତା ନବୀନ ପଟନାୟକ ଶ୍ରୀ ସାହୁଙ୍କ ଆକ୍ରମଣ ଘଟଣାରେ ଚିନ୍ତାବ୍ୟକ୍ତ କରି ରାଜଧାନୀରେ ଘଟୁଥିବା ଅପରାଧକୁ ନେଇ ସମାଲୋଜନା କରିଥିଲା । । ଆହତ ଶ୍ରୀ ସାହୁ ଏବେ ବିପଦ ମୁକ୍ତ ଥିବା ଡ଼ାକ୍ତର କହିଥିବା ସେ ଆଜି ରାୟଗଡା ଫେରୁଥିବା ତାଙ୍କ ବଡଭାଇ କିର୍ତ୍ତୀ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।
