
ଆତକୁ କେହି କେହି ସୀତାଫଳ ବୋଲି କହିଥାଆନ୍ତି । ଏହି ଫଳ ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ କ୍ୟାନସର ସହ ଲଢିବାର ଶକ୍ତି ଥିବା ବେଳେ ଏହା ଡାଇବେଟିସକୁ ବି ନିୟନ୍ତ୍ରଣ କରିଥାଏ ବୋଲି ବିଶେଷଜ୍ଞମାନେ କହିନ୍ତି । ଆତର ମଞ୍ଜି ବହୁ ଉପକାରୀ । ଏବେ ଏହାର ମଞ୍ଜିକୁ ନେଇ ଔଷଧ ତିଆରି କରିବାକୁ ପ୍ରୟାସ ଜାରି ରହିଛି । ଏବେ ଆତର ମଞ୍ଜିକୁ ନେଇ ପେଟେଣ୍ଟ କାରାଯିବାକୁ ପ୍ରୟାସ ଚାଲିଛି । ଏଥିରେ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ, ଭିଟାଭିନ ସି ବହୁ ଅଧିକ ପରିମାଣରେ ରହିଛି । ଭିଟାମିନ୍ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ ଏଥିରେ ଭିଟାମିନ୍ ବି ବି ରହିଛି । ଏହା ଶରୀରରେ ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ ।

