
ଗୁଜୁରାତିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହା ପାଚନ କ୍ରିୟାକୁ କେତେକାଂଶରେ ସକ୍ରିୟ କରିଥାଏ। ତା’ସହ ଶରୀରରେ ଥିବା ଏନ୍ଜାଇମ୍ ତତ୍ତ୍ୱକୁ ମଧ୍ୟ ଦୃଢ଼ କରେ। ଶ୍ୱାସକ୍ରିୟାକୁ ସତେଜ ରଖେ ଗୁଜୁରାତି। ଏହାକୁ ଖାଇଲେ ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ଗୁଜୁରାତି ଖାଇବା ଦ୍ୱାରା ହୃତ୍ପିଣ୍ଡ କାର୍ଯ୍ୟଧାରା କେକୋଂଶରେ ସକ୍ରିୟ ରଖିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି, ଯାହାଦ୍ୱାରା ରକ୍ତ ସଞ୍ଚାଳନ ପୂର୍ବାପେକ୍ଷା ସକ୍ରିୟ ରହିଥାଏ। ଗୁଜୁରାତିରେ ଏଭଳି ତତ୍ତ୍ୱ ରହିଛି, ଯାହା ଶରୀରରେ ଥିବା ବିଷାକ୍ତ ଜିନିଷଗୁଡିକୁ ବାହାର କରିଦିଏ। ସବୁଠାରୁ ଖାସ୍ କଥା ହେଲା, ଏହା ଓଜନକୁ ମଧ୍ୟ ସନ୍ତୁଳିତ ରଖେ। ଡାଇବେଟିସ୍ ସମସ୍ୟା ସହ ଜଡିତ ବ୍ୟକ୍ତି ଏହାକୁ ଖାଇପାରନ୍ତି। ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଗୁଜୁରାତି। ଏହା ମଧ୍ୟ ଶରୀରରେ ଶକ୍ତି ସଞ୍ଚାର କରିଥାଏ।

