Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶନିବାରଠାରୁ କମିବ ଥଣ୍ଡା, ବଢିବ କୁହୁଡ଼ି

Posted on January 16, 2026

ରାଜ୍ୟରେ ଶନିବାରଠାରୁ ଥଣ୍ଡା ପ୍ରଭାବ କମିବ । ହେଲେ କୁହୁଡ଼ି ବଢ଼ିପାରେ । ଅପରପକ୍ଷରେ ୨୨ ତାରିଖ ପରଠାରୁ ସାମୟିକ ଭାବେ ଶୀତ ପ୍ରକୋପ ବଢ଼ିପାରେ । ପାଣିପାଗ ବିଭାଗର ଆକଳନ ହେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଶୁକ୍ରବାର ରାତିରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।

ଅନୁମାନ କରାଯାଉଛି, ଦିନକ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ବିସ୍ତାରିତ ପାଣିପାଗ ଆକଳନ ଅନୁସାରେ, ୧୬ରୁ ୨୨ ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୪ରୁ ୮ ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ ୮ରୁ ୧୦ ଡିଗ୍ରୀ ଏବଂ ବାକି ଅଞ୍ଚଳରେ ୧୦ରୁ ୧୪ ଡିଗ୍ରୀ ପାଖାପାଖି ରହିପାରେ । ୨୩ରୁ ୨୯ ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୬ରୁ ୧୦ ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ ୧୦ରୁ ୧୪ ଡିଗ୍ରୀ ଏବଂ ବାକି ସ୍ଥାନରେ ୧୨ରୁ ୧୬ ଡିଗ୍ରୀ ସେଲସିୟସ୍‌ ରହିପାରେ । ବର୍ତ୍ତମାନ ରାଜ୍ୟରେ କ୍ରମଶଃ ଦିନ ତାପମାତ୍ରା ବୃଦ୍ଧି ପାଇବା ଆରମ୍ଭ କରିଛି । ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବାବେଳେ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରୀ ପାର୍‌ କରିଛି । ଅନେକ ସ୍ଥାନରେ ଦିନ ତାପମାତ୍ରା ୨୭-୨୮ ଡିଗ୍ରୀ ରହିଥିଲା । ବୁଧବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୨, ଫୁଲବାଣୀ ୭.୩, ରାଉରକେଲା ୬.୬, ସେମିଳିଗୁଡ଼ା ୭.୭, ଝାରସୁଗୁଡ଼ା ୭.୮, ଅନୁଗୁଳ ୮.୬, ଢେଙ୍କାନାଳ ୮.୬, କେନ୍ଦୁଝର ୯.୪, କିରେଇ ୯.୩ ଡିଗ୍ରୀ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme