Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ….

Posted on January 9, 2026

ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ ।

ସୂଚନାନୁଯାୟୀ, କୁର୍ଲା ଏବଂ ବିଦ୍ୟାବିହାର ରେଳ ଷ୍ଟେସନ ମଧ୍ୟରେ ଅଳିଆ ବୋଝେଇ ଏକ ଲୋକାଲ୍ ଟ୍ରେନର ଦ୍ୱିତୀୟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ ରେଲୱେର ଲୋକାଲ୍ ସେବା ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିଲା । ଯାହା ଫଳରେ ଅନେକ ଟ୍ରେନ୍ ମଧ୍ୟ ଅଟକି ରହିଥିଲା । ଏଥିସହିତ ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ରେଳବାଇର ବିଦ୍ୟାବିହାର ରେଳ ଷ୍ଟେସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଆଡ଼କୁ ଧୀର ଲୋକାଲ୍ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ଘାଟକୋପର ଏବଂ ସିଓନ ଷ୍ଟେସନ ମଧ୍ୟରେ ଓଭରହେଡ୍ ତାରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରିଦେଇଥିଲା । ରାତି ପ୍ରାୟ ୯ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଘଟଣାର ପ୍ରଭାବ ପରେ ଅନେକ ଲୋକାଲ ଟ୍ରେନ୍ ଏବେ ବି ବିଳମ୍ବରେ ଚାଲୁଛି । ଯେଉଁଥି ପାଇଁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme