Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ….

Posted on January 9, 2026

ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ ।

ସୂଚନାନୁଯାୟୀ, କୁର୍ଲା ଏବଂ ବିଦ୍ୟାବିହାର ରେଳ ଷ୍ଟେସନ ମଧ୍ୟରେ ଅଳିଆ ବୋଝେଇ ଏକ ଲୋକାଲ୍ ଟ୍ରେନର ଦ୍ୱିତୀୟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ ରେଲୱେର ଲୋକାଲ୍ ସେବା ଗମ୍ଭୀର ଭାବରେ ପ୍ରଭାବିତ ହୋଇଥିଲା । ଯାହା ଫଳରେ ଅନେକ ଟ୍ରେନ୍ ମଧ୍ୟ ଅଟକି ରହିଥିଲା । ଏଥିସହିତ ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ରେଳବାଇର ବିଦ୍ୟାବିହାର ରେଳ ଷ୍ଟେସନରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଆଡ଼କୁ ଧୀର ଲୋକାଲ୍ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ଘାଟକୋପର ଏବଂ ସିଓନ ଷ୍ଟେସନ ମଧ୍ୟରେ ଓଭରହେଡ୍ ତାରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ କରିଦେଇଥିଲା । ରାତି ପ୍ରାୟ ୯ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଘଟଣାର ପ୍ରଭାବ ପରେ ଅନେକ ଲୋକାଲ ଟ୍ରେନ୍ ଏବେ ବି ବିଳମ୍ବରେ ଚାଲୁଛି । ଯେଉଁଥି ପାଇଁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme