
ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ବୈଠକରେ ରାଜ୍ୟର ବିଭିନ୍ନ ମହତ୍ୱପୂର୍ଣ୍ଣ ବିଭାଗ ସମ୍ବନ୍ଧୀୟ ୮ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।
ସେହିସହିତ, ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟ ଉପରେ ମଧ୍ୟ କ୍ୟାବିନେଟରେ ମୋହର ପଡ଼ିପାରେ। ଆସନ୍ତା ଅର୍ଥବର୍ଷର ପ୍ରଶାସନିକ ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ଗତିଦାନ ପାଇଁ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।
ରାଜ୍ୟର ଅର୍ଥନୀତି, ପ୍ରଶାସନ ଓ ଲୋକକଳ୍ୟାଣ ମୂଖ୍ୟ ରୂପେ ଏହି ବୈଠକର ଆଜଣ୍ଡାରେ ରହିଛି।

