ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ସାହି ସ୍ଥିତ ରାଧା କୃଷ୍ଣ ମନ୍ଦିରରୁ ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ଲୁଟ କରିଥିବା ସିସିଟିଭିରେ କଏଦ ହୋଇଛି। ମନ୍ଦିରରେ ଥିବା ପ୍ରଭୁଙ୍କ ଅଳଙ୍କାର ସହିତ ମନ୍ଦିରର ଦାନ ହୁଣ୍ଡି କୁ ମଧ୍ୟ ଲୁଟି ନେଇଛନ୍ତି। ତେବେ ଗତ କାଲି ବିଳମ୍ବିତ ରାତି ପ୍ରାୟ ୧ଟା ୨୮ ମିନିଟରେ ମନ୍ଦିର ଚୋରି ହୋଇଥିବା ଜଣାପଡିଛି। ଯାହାକୁ ନେଇ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଦେଇଛି କାମାକ୍ଷାନଗର ପୋଲିସ। ସେପଟେ ଚୋରଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତାରେ କାମାକ୍ଷାନଗରବାସୀ।
