Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲିଙ୍ଗରାକଟା ଗ୍ରାମ ନିକଟରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ।ପରିବାର ପକ୍ଷରୁ ହତ୍ୟା ଅଭିଯୋଗ।

Posted on December 24, 2025

ତାଳଚେର ଲିଙ୍ଗୀରାକଟା ଗ୍ରାମ ଦେଇ ଯାଇଇଥିବା ନାଲକୋ ପାଇପ ଲାଇନ ରାସ୍ତା କଡ଼ରେ ପଡିଛି ଦୁଇ ଯୁବକଙ୍କ ମୃତ ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜଣେ ଲିଙ୍ଗରାକଟା ଗ୍ରାମର ଓମ ପରିଡା ହୋଇଥିବା ବେଳେ ଅନ୍ୟ ଜଣେ ପାଖ ଚାଇପାଳ ଗାଁ ନିକଟ ନାରାୟଣ ଚନ୍ଦ୍ରପୁର ଗାଁର ଜନା ନାୟକ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳରେ ତାଳଚେର ପୋଲିସ ଓ ସାଇଣ୍ଟିଫିକ ଟିମ ସହ ଡ଼ଗ ସ୍ୱାର୍ଡ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ ପକ୍ଷରୁ କିଛି ଦୁର୍ବୁତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି । ତେବେ ଲିଙ୍ଗରାକଟା ଗ୍ରାମର ଓମ ପରିଡା ଭୋର ସମୟରୁ ଶୌଚ ହେବାକୁ କହି ଘରୁ ଆସିଥିବା ବେଳେ ନାରାୟଣ ଚନ୍ଦ୍ରପୁର ଗାଁର ଜନା ନାୟକ ଗତକାଲି ରାତିରେ ନିଜ ସାଙ୍ଗଙ୍କ ସହ ବୁଲେଟରେ ଭୋଜି କରିବାକୁ କହି ଘରୁ ଆସିଥିବା ବେଳେ ଆଜି ରାସ୍ତା ପାର୍ଶ୍ୱରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme