Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲାଗୁ ହେଲା କଡ଼ା ନିୟମ, ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍

Posted on December 8, 2025

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କି ଅନ୍ୟ କିଛି କାରଣ ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ । ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରୁହେ । ନାହିଁ ନଥିବା ସମସ୍ୟା ଉପୁଜିଥାଏ । ଏଣକି ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କଲେ ଜେଲ୍ ଯିବାକୁ ପଡିପାରେ । ଏ ନେଇ ରାଜସ୍ଥାନ ସରକାର କଡ଼ା ନିୟମ ଆଣିଛନ୍ତି । ଶବ ଧରି ସଡ଼କ ଜାମ କଲେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ରାଜସ୍ଥାନରେ ମୃତଦେହ ସମ୍ମାନ ଅଧିନିୟମ ଲାଗୁ ହୋଇଛି । ଏଣିକି ରାସ୍ତାରେ ଶବ ରଖି ପ୍ରତିବାଦ କରିବାକୁ ଆଇନଗତ ଅପରାଧ ଭାବେ ବିବେଚନା କରାଯିବ ।

ରାଜସ୍ଥାନରେ ଏବେ ମୃତଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ, ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବ କରିବା ମହଙ୍ଗା ପଡିପାରେ । ରାଜ୍ୟରେ ଲାଗୁ ହୋଇଛି ‘ମୃତ ଶରୀର ସମ୍ମାନ ଆଇନ’ । ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତାରେ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ପ୍ରଦର୍ଶନ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ। ଏପରି କ୍ଷେତ୍ରରେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ମୃତକଙ୍କ ପରିବାରର ସଦସ୍ୟଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଚି । ଏହା ବ୍ୟତୀତ ହସ୍ପିଟାଲଗୁଡ଼ିକ ଆଉ ବକେୟା ବିଲ୍ ଆଧାରରେ ମୃତଦେହକୁ ଅଟକାଇ ପାରିବେ ନାହିଁ, ଯାହା ମୃତକଙ୍କ ସମ୍ମାନକୁ ସୁରକ୍ଷିତ ରଖିବ । 

ରାଜ୍ୟରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି । ଯଦି ମୃତ ଶରୀର ରଖି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଏ କିମ୍ବା ଅଜଥାରେ ଭିଡ଼ ସୃଷ୍ଟି କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ । ୨୦୨୩ ଜୁଲାଇ ୨୦ରେ ଅଶୋକ ଗେହଲଟ୍ ସରକାରଙ୍କ କାର୍ଯ୍ୟକାଳରେ ଏହି ଆଇନ୍ ପାରିତ ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme