
ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି କ୍ଷେତ୍ରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର କରିଛନ୍ତି । ଯାହା ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଛି । ବାୟୁର ଗତିବିଧିକୁ ଦୃଷ୍ଟିରେ ରଖି ଆସନ୍ତା ବୁଧବାର ଯାଏଁ ଦୂଷିତ ପ୍ରଦୂଷଣରୁ ଆଶ୍ୱସ୍ତି ମିଳିବ ନାହିଁ । ସହରରେ ବିଷାକ୍ତ ବାୟୁ ପ୍ରବାହିତ ହେବାରୁ ଦିଲ୍ଲୀବାସୀ ହନ୍ତସନ୍ତ ହେଉଛନ୍ତି । ଆଜି ଦିଲ୍ଲୀ ବାୟୁର ଗୁଣବତ୍ତା ଗମ୍ଭୀରେ ହେବାର ଆଶଙ୍କା ।

