Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ, ମୃତ୍ୟୁ ସଂଖ୍ୟା ୨୩

Posted on October 6, 2025

ଦାର୍ଜିଲିଂରେ ପ୍ରକୃତି ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । ଭୂସ୍ଖଳନ ଯୋଗୁଁ ରାସ୍ତାକୁ ଧସେଇ ପଡ଼ିଛି ମାଟି ଅତଡ଼ା ଆଉ ସେପଟେ ଲୁହାବ୍ରିଜ ଭାଙ୍ଗିଯାଇଛି । ପ୍ରକୃତିର ଏହି ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଥିବା ସୂଚନା ମିଳିଛି । ଅନେକ ଗାଁ ସହିତ ସଂପର୍କ ତୁଟିଛି । ଏହାସହିତ ଶତାଧିକ ପର୍ଯ୍ୟଟକ ଫସିଛନ୍ତି । ଆଜି ପ୍ରଭାବିତ ଅଞ୍ଚଳକୁ ମମତା ବାନାର୍ଜୀ ବୁଲିବାକୁ ଯାଇ ସ୍ଥିତି ପରଖିବେ ।

ଦାର୍ଜିଲିଂର ମିରିକ ଓ ସୁଖିଆ ପୋଖରୀରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ଏକାଧିକ ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ସଂଯୋଗ କରୁଥିବା ରାସ୍ତା ଏବଂ ଦାର୍ଜିଲିଂ ଓ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ରାସ୍ତା ଅବରୋଧ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଘର ଭଗ୍ନାବଶେଷରେ ପରିଣତ ହେବା ସହ ପ୍ରମୁଖ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଏନଡିଆଏଫ ଟିମ ଏବଂ ବଙ୍ଗାଳ ସରକାର ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ଅନେକ ଦୁର୍ଗମ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ମିରିକ-ସୁଖିଆପୋଖରୀ ରାସ୍ତାରେ ମାଟି ଅତଡ଼ା ଧସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁର୍ଗା ପୂଜା ପରେ କୋଲକାତା ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଦାର୍ଜିଲିଂ ଆସିଥିବା ବେଳେ ସେମାନେ ଫସି ରହିଛନ୍ତି । କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ଦାର୍ଜିଲିଂରେ ପର୍ଯ୍ୟଟନସ୍ଥଳଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ଦାର୍ଜିଲିଂ ଘଟଣାରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ସେପଟେ ଆଗାମୀ ୨୪ ଘଣ୍ଟାର ପର୍ଯ୍ୟନ୍ତ ବର୍ଷା ଲାଗିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme