
ଲକ୍ଷ୍ନୌ ଆଲମବାଗ ସ୍ଥିତ ରେଲୱେ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହାପରେ ଘଟଣା ସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲ୍ ରେ ନିଆଁ ଲାଗିବା ପର ୨୨ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ତୁରନ୍ତ ହସପିଟାଲର ଚାରିଆଡେ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଖବର ମୁତାବକ, ହସ୍ପିଟାଲ୍ ରେ ନିଆଁ ଲାଗିବା ଘଟଣା ସକାଳ ୫.୩୦ ମିନିଟରେ ହୋଇଥିଲା । ସର୍ଟ ସର୍କିଟ ଯୋଗୁଁ ହଠାତ୍ ହସ୍ପିଟାଲ୍ ରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଚାରିଆଡେ ଧୂଆଁ ହୋଇଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ଟିମକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଶିମ୍ ଘଟଣା ସ୍ଥଳରେ ପହଞ୍ଚି କଠିନ ପରିଶ୍ରମ କରିବା ପରେ ରୋଗୀଙ୍କୁ ବାହାର କରିଥିଲେ । ଏଥିରେ ଏମରଜେନ୍ସୀ ରୋଗୀ ମଧ୍ୟ ସାମିଲ ରହିଛନ୍ତି ।
ତେବେ ସର୍ଟସର୍କିଟ ଯୋଗୁଁ ହସପିଟାଲରେ ନିଆଁ ଲାଗିଥିଲା । ହସ୍ପିଟାଲ୍ ରେ ନିଆଁ ସିସିଟିଭି ରୁମରେ ଲାଗିଥିଲା । ଏହାପରେ ଧୂଆଁ ଅନ୍ୟଚାରିଆଡେ ବ୍ୟାପୀ ଯାଇଥିଲା । ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇ ଚାରିଆଡେ ଦୌଡିଥିଲେ । ତେବେ ନିଆଁକୁ ଆୟତ୍ତ କରାଯାଇଛି । ଏହାର ସଠିକ୍ କାରଣ ଖୋଜାଚାଲିଛି ।
