
ତାଳଚେର ରୋଟାରୀ କ୍ଳବ ପକ୍ଷରୁ ରାଷ୍ଟ୍ର ନିର୍ମାଣ ପୁରସ୍କାର ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିକାଶ ଫାଉଣ୍ଡେସନ ଅଧକ୍ଷା ମୃଦୁଳା ଠାକୁର ପ୍ରଧାନ ମୁଖ୍ୟ ଅଥିତି ରୂପେ ଯୋଗ ଦେଇ ତାଳଚେର ଅଞ୍ଚଳରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ଅଠର ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍କୁଲର ଭଲ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କୁ ଚୟନ କରାଯାଇ ସମ୍ମାନୀତ କରାଯାଇଥିଲା । ସମାଜରେ ଜଣେ ଶିକ୍ଷକ ଦେଶର ଭବିଷ୍ୟତ ପାଇଁ ମୂଳଦୁଆ ପକାଇଥାଏ। ଶିକ୍ଷକ ମାନେ ସମାଜର ମେରୁଦଣ୍ଡ ତାଙ୍କର ଜଣେ ଛାତ୍ର ସମାଜରେ ଭଲ ମଣିଷ ହେଇପାରିବ। ମୁଖ୍ୟ ଅଥିତି ରୂପେ ପ୍ରତିଭା ବାରିକ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧକାରିଣୀ ଯୋଗ ଦେଇଥିଲେ।
ରୋଟାରି କ୍ଲବ ତରଫରୁ ଏପରି କାର୍ଯ୍ୟକ୍ରମ ସମାଜ ପାଇଁ ଏକ ମହତକାଂକ୍ଷୀ କାର୍ଯ୍ୟ କ୍ଲବ ର ଏପରି କାର୍ଯ୍ୟ ଆଗକୁ ଜାରି ରହିବା ଦରକାର ବୋଲି ଡ଼ ମୁର୍ଦୁଲା ଠାକୁର ପ୍ରଧାନ କହିଛନ୍ତି।
