
କମିଲା ରେପୋ ରେଟ୍ । କମିବ ଇଏମଆଇ ସୁଧ ହାର । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ୨୫ ବେସିସ୍ ପଏଣ୍ଟ ହ୍ରାସ ପରେ ୫.୨୫ ପ୍ରତିଶତ ହୋଇଛି ରେପୋ ରେଟ୍ । ସାଧାରଣ ଲୋକଙ୍କ ପାଇଁ ଏହା ବଡ଼ ଆଶ୍ବସ୍ତି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ । EMI ଶସ୍ତା ହେବ । ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ ।
ଫଳରେ ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ । ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ । ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।
