Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେକର୍ଡ ଭାଙ୍ଗିଲା ଶୀତ: ଅନେକ ବିମାନ ବାତିଲ, ଆଡଭାଇଜରୀ ଜାରି କଲା ବିମାନ କମ୍ପାନୀ

Posted on December 21, 2025

ଭୀଷଣ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ପାରଦ ଖସିବା ସହ ଘନ କୁହୁଡ଼ି କଲବଲ କରୁଛି । ପୂରା ଉତ୍ତର ଭାରତରେ ଜନଜୀବନ ପ୍ରଭାବିତ । ଦିଲ୍ଲୀରେ ଶୀତ ଲହରୀ ସାଙ୍ଗକୁ ବାୟୁ ପ୍ରଦୂଷଣ ଯନ୍ତ୍ରଣା ବଢ଼ାଇଛି । ଗତ କିଛି ଦିନ ହେଲା ଭୟଙ୍କର ବାୟୁ ପ୍ରଦୂଷଣ ସହ ଲଢ଼ୁଛି ଦେଶର ରାଜଧାନୀ । ଆଜି ମଧ୍ୟ କିଛି ସ୍ଥାନରେ ୪୦୦ ଉପରେ ରହିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ତେବେ କିଛି ସ୍ଥାନରେ ସିଭିୟର କାଟାଗୋରିରୁ ଭେରି ପୋର୍ କାଟାଗୋରିକୁ ଖସିଛି ପ୍ରଦୂଷଣ ହାର । ବାୟୁ ପ୍ରଦୂଷଣ ଏବଂ ଘନ କୁହୁଡ଼ି ଯୋଗୁଁ ଗତ କିଛି ଦିନ ହେବ ଦିଲ୍ଲୀରେ ଯାତାୟାତ ପ୍ରଭାବିତ ହେଉଛି । ବିମାନ ଏବଂ ଟ୍ରେନ ଚଳାଚଳ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି ।

ଏହାରି ମଧ୍ୟରେ ବିମାନ କମ୍ପାନୀ କହିଛି ଯାତ୍ରୀମାନେ ସେମାନଙ୍କର ଉଡ଼ାଣ ଯାଞ୍ଚ କରିବାକୁ ଦିଆଯାଇଥିବା ଲିଙ୍କର ବ୍ୟବହାର କରନ୍ତୁ । କୁହୁଡ଼ି ଯୋଗୁଁ ବିମାନ ଚଳାଚଳରେ ବିଳମ୍ବ ହେଉଛି । ଯଦି ପାଗ ଯୋଗୁଁ କୌଣସି ଯାତ୍ରୀଙ୍କ ଉଡ଼ାଣ ବିଳମ୍ବ ହୁଏ କିମ୍ବା ପ୍ରଭାବିତ ହୁଏ ତେବେ ଯାତ୍ରୀମାନେ ବିକଳ୍ପ ଉଡ଼ାଣ କିମ୍ବା ଫେରସ୍ତ ଦାବି କରିପାରିବେ । ଗତକାଲି ଅଧିକ ଥଣ୍ଡା ଏବଂ କୁହୁଡ଼ି ପାଇଁ ୧୨୯ ଟି ବିମାନ ବାତିଲ ହୋଇଥିଲା । ଦୂରଗାମୀ ଟ୍ରେନଗୁଡିକ ମଧ୍ୟ ୧୩ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ପହଞ୍ଚିଥିଲେ ।

ଅନ୍ୟପଟେ ଆଜି ମଧ୍ୟ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme