Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରିଲିଫ୍ ନେଇ ଯାଉଥିବାବେଳେ ବିମାନ ଦୁର୍ଘଟଣା, ୨ ମୃତ

Posted on November 11, 2025

ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଗତକାଲି ସକାଳେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍ ମେଲିସା ପୀଡିତଙ୍କ ପାଇଁ ରିଲିଫ୍ ନେଇ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ଜୀବନ ଚାଲିଯାଇଛି । ଦୁର୍ଘଟଣା ସମୟରେ ବିମାନଟି ଗେଟେଡ୍ କଲୋନୀରେ ଥିବା ଗୋଟିଏ ପୋଖରୀରେ ଖସି ପଡିଥିବାରୁ ସମସ୍ତ ଘର ସୁରକ୍ଷାରେ ରହିଥିଲା । ସୂଚନା ପାଇବା ମାତ୍ରେ ଦଳଗୁଡିକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ବୋଲି ଅଗ୍ନିଶମ ବିଭାଗର ଡେପୁଟି ଚିଫ୍ ମାଇକ୍ ମୋଜର୍ କହିଛନ୍ତି । କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଗତକାଲି ଏବଂ ଆଜି ସେହି ଘଟଣାସ୍ଥଳରେ ତଦନ୍ତ ଜାରି ରହିବ ବୋଲି ପୋଲିସ କହିଛି । ଏଥିସହ ଫେଡେରାଲ୍ ଏଭିଏସନ୍ ଅଧିକାରୀମାନେ ମଧ୍ୟ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme