
ଭାରତୀୟ ମହିଳା କ୍ରିକେଟ ଟିମ୍ର ବିଶ୍ୱକପ ବିଜୟ ପରେ ୱିକେଟକିପର-ବ୍ୟାଟର ରିଚା ଘୋଷ ସିଲିଗୁଡ଼ିରେ ଜୋରଦାର ସ୍ବାଗତ ପାଇଥିଲେ। ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ତାଙ୍କୁ ଡିଏସପି ଭାବେ ନିଯୁକ୍ତ କରି, “ବଙ୍ଗ ଭୂଷଣ” ସମ୍ମାନ ଓ ସୁନାର ଚେନ୍ ପ୍ରଦାନ କରିଥିଲେ।
ସିଏବି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କୁ ୩୪ ଲକ୍ଷ ଟଙ୍କା, ସହିତ ସୁନାର ବ୍ୟାଟ ଓ ବଲ ଦେଇ ସମ୍ମାନିତ କରିଥିଲେ। ବିଶ୍ୱକପରେ ରିଚା ୮ଟି ଇନିଂସରେ ୨୩୫ ରନ୍ କରି, ୧୨ଟି ଛକା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

