Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରିକ୍ଟର ସ୍କେଲରେ ତୀବ୍ରତା ୬.୭, ସୁନାମି ଆଲର୍ଟ

Posted on November 9, 2025

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଜାପାନର ଉତ୍ତର ପ୍ରାନ୍ତରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ସନ୍ରିକୋ ହୋଇଥିବା ବେଳେ ପ୍ରଶାନ୍ତ ମହାସାଗରର ୧୦ କି.ମି. ଗଭୀରତାରେ ରହିଛି । ଭୂକମ୍ପ ପରେ ପାଣିପାଗ ବିଭାଗ ପକ୍ଷରୁ ସୁନାମି ଆଶଙ୍କା ଦିଆଯାଇଛି । ଜାପାନ ଉପକୂଳ ସମୁଦ୍ରରେ ୧ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ତେବେ ଭୂମିକମ୍ପ ପରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ … ​​​​​​​

​​​​​​​ସୂଚନା ମୁତାବକ, ରବିବାର ଜାପାନରେ ଭୂମିକମ୍ପ ଝଟକା ଲାଗିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୩ ମିନିଟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୭ ରହିଛି । ଭୂକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁନାମି ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ୧ ମିଟର ଅର୍ଥାତ୍ ୩ ଫୁଟ୍‌ ଉଚ୍ଚ ଜୁଆର ଉଠିବାର ଆଶଙ୍କା କରାଯାଇଛି । ଏନେଇ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ସତର୍କ କରାଇବା ସହ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ଲେଖା ହେବା ଯାଏ, କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme