Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାହୁଲ ଗାନ୍ଧୀଙ୍କ ଅଭିଯୋଗ; ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି…

Posted on December 23, 2025

 କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ବିଜେପି, ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି । ରାହୁଲ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରେ । ଏହାର ବିରୋଧରେ ବିରୋଧୀ ପ୍ରତିବାଦ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା ବିଜେପିକୁ କ୍ଷମତାରୁ ହଟାଇବାରେ ସଫଳ ହେବ ।

ଗତ ସପ୍ତାହରେ ଗତ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀ ଗସ୍ତରେ ଥିଲେ । ବର୍ଲିନର ଏକ ବିଦ୍ୟାଳୟରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଷଣ ଦେଇଥିଲେ । ସେଥିରେ ସେ ଅଭିଯୋଗ କରି କହିଛନ୍ତି ଯେ, ବିଜେପି ଏକ ପୂର୍ଣ୍ଣାଙ୍ଗ ଆକ୍ରମଣ ଆରମ୍ଭ କରିଛି । ଦେଶର ସାଂଗଠନିକ ଢାଞ୍ଚାକୁ କବଜା କରିଛି ଯାହା ଏହାକୁ ନିଜର ରାଜନୈତିକ ଶକ୍ତି ଗଠନ ପାଇଁ ଏକ ଉପକରଣ ଭାବରେ ବ୍ୟବହାର କରିବାରେ ସାହାଯ୍ୟ କରୁଛି । ଏବଂ ଏହା ବିରୁଦ୍ଧରେ ବିରୋଧୀ ଲଢ଼ୁଥିବା ରାହୁଲ କହିଛନ୍ତି  । ଯାହାର ଏକ ଘଣ୍ଟାର ଭିଡିଓ କଂଗ୍ରେସ ଦ୍ବାରା ମଧ୍ୟ ପ୍ରକାଶିତ ହୋଇଛି ।

କଂଗ୍ରେସ ନେତା ଶ୍ରୀ ଗାନ୍ଧୀ କହିଛନ୍ତି ଯେ ଭାରତର ସର୍ବବୃହତ ଗଣତନ୍ତ୍ର ବିଶ୍ୱର ଏକ ବୃହତ ସମ୍ପତ୍ତି । ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବିଶ୍ୱ ଗଣତନ୍ତ୍ର ଉପରେ ମଧ୍ୟ ଆକ୍ରମଣ । ବିଜେପି ଯେଉଁ ପ୍ରସ୍ତାବ ଦେଉଛି ତାହା ସମ୍ବିଧାନ ଉଚ୍ଛେଦ ପାଇଁ ଦେଉଛି । ରାଜ୍ୟଗୁଡ଼ିକ ମଧ୍ୟରେ ସମାନତାର ଧାରଣାକୁ ଉଚ୍ଛେଦ, ଭାଷା ଏବଂ ଧର୍ମ ମଧ୍ୟରେ ସମାନତାର ଧାରଣାକୁ ଉଚ୍ଛେଦ, ସମ୍ବିଧାନର କେନ୍ଦ୍ରୀୟ ମୂଳ ଧାରଣାକୁ ଉଚ୍ଛେଦ, ପ୍ରତ୍ୟେକ ବ୍ୟକ୍ତିଙ୍କ ସମାନ ମୂଲ୍ୟ ଅଧିକାରୀଙ୍କୁ ଉଚ୍ଛେଦ ପାଇଁ ବିଜେପି ପ୍ରସ୍ତାବ ରଖୁଥିବା ରାହୁଲ ଗାନ୍ଧୀ ଛାତ୍ର ମାନଙ୍କୁ କହିଥିଲେ । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୀତି ହେଉଛି ଶୁଣିବାର କଳା । ଯେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ ହୁଏ, ସେତେବେଳେ ବିରୋଧୀ ଦଳକୁ ଏହାର ମୁକାବିଲା କରିବାର ଉପାୟ ଖୋଜିବାକୁ ପଡିବ ଏବଂ କେବଳ ଏହା କହିବା ଉଚିତ୍ ନୁହେଁ ଯେ ନିର୍ବାଚନରେ ​​ସମସ୍ୟା ଅଛି । ଆମେ ଏହାର ମୁକାବିଲା କରିବୁ, ଏବଂ ଆମେ ଏକ ପଦ୍ଧତି ସୃଷ୍ଟି କରିବୁ ଯେଉଁଥିରେ ବିରୋଧୀ ପ୍ରତିବାଦ କରି ସଫଳ ହେବେ । ଆମେ ବିଜେପି ସହିତ ଲଢ଼ୁନାହୁଁ । ଆମେ ଭାରତୀୟ ବ୍ୟବସ୍ଥାକୁ ସେମାନଙ୍କ କବଳରୁ ରକ୍ଷା କରିବାକୁ ଲଢୁଛୁ । ଆମେ ବିଶ୍ୱାସ କରୁଛୁ ଯେ ଭାରତରେ ନିର୍ବାଚନ ପ୍ରକ୍ରିୟାରେ ଇଭିଏମରେ ଏକ ସମସ୍ୟା ଅଛି । ଦ୍ୱିତୀୟ କଥା ହେଉଛି ଆମର ବ୍ୟବସ୍ଥା ସମ୍ପୂର୍ଣ୍ଣ କବଜା କରାଯାଉଛି । ଆମ ଦେଶର ବ୍ୟବସ୍ଥା ଉପରେ ପୂର୍ଣ୍ଣ ମାତ୍ରାରେ ଆକ୍ରମଣ ହେଉଛି ବୋଲି ରାହୁଲ କହିଥିଲେ । ଏହା ସହ ସିବିଆଇ ଏବଂ ଇଡି ଭଳି ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ମଧ୍ୟ ଆକ୍ରମଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme