
ରାସ୍ତା ସମସ୍ୟାର ସମାଧାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଚନ୍ଦନ ଖଳା ନିକଟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ୩୨୬/ଏ କୁ ଅବରୋଧ କରି ରଖିଛନ୍ତି। ପାଟିକଟା ଠାରୁ ଚନ୍ଦନ ଖଳା ପର୍ଯ୍ୟନ୍ତ ୮ କିମି ରାସ୍ତା ନିର୍ମାଣରେ ବାଧକ ସାଜୁଛି। ୫୦୦ ମିଟର ଘରୋଇ ଜମି, କିନ୍ତୁ ସରକାରଙ୍କୁ ଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।
ଏହି ରାସ୍ତା ନିର୍ମାଣ ହେଲେ ଗୋଷାଣୀ ବ୍ଳକର ତିନିଟି ଗାଁ ଓ ଗୁମ୍ମା ବ୍ଲକର ଦୁଇଟି ଗାଁ ଏଭଳି ୫ ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ। ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ହିଁ ଅବରୋଧ ହଟିବ ବୋଲି ଏକା ଜିଦରେ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ଫଳରେ ଶହ ଶହ ଗାଡ଼ି ମଟର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।
