Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାସ୍ତା ନିର୍ମାଣ ଓ ମରାମତି ଦାବିରେ କଣିହାଁ ବିଜୁ ଜନତା ଦଳ ପକ୍ଷରୁ ୧୦ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକାରା

Posted on October 16, 2025

ତାଳଚେର ନୂଆଁ ବଲଣ୍ଡା ଠାରେ ରାସ୍ତା ନିର୍ମାଣ ଓ ମରାମତି ଦାବିରେ କଣିହାଁ ବିଜୁ ଜନତା ଦଳ ପକ୍ଷରୁ ୧୦ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକାରା ଦିଆଯାଇଛି । ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରି ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । ଅନ୍ୟପଟେ ଏନଟିପିସିକୁ ଯାଉଥିବା କୋଇଲା ବୋଝେଇ ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଉକ୍ତ ରାସ୍ତାରେ ଏନଟିପିସି ଓ ଜେଆଇଟିପିଏଲ କମ୍ପାନୀ ପକ୍ଷରୁ ପ୍ରତ୍ୟକଦିନ ହଜାର ହଜାର ଭାରିଯାନ ଚଳାଇବା ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଶୋଚନୀୟ ହୋଇପଡିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ରାସ୍ତା ନିର୍ମାଣ ଓ ମରାମତି ପାଇଁ ବାରମ୍ବାର ଦାବି ଆପତ୍ତି ହୋଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ଆଜି ଠାରୁ ଏହି ଅର୍ଥନୈତିକ ଅବରୋଧର ଡାକାରା ଦିଆଯାଇଛି । ଯେ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ କରାନଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme