Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାସ୍ତା କଡ଼କୁ ଓଲଟି ପଡିଲା ଟ୍ରାକ୍ଟର

Posted on October 16, 2025

ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ


ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ନିକଟରେ ଟ୍ରାକ୍ଟର ଓଲିଟି ପଡିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ମାଲିଡିହି ରାନି ପିଆ ସଙ୍ଗପାନି ଗ୍ରାମର ର ୨୭ ବର୍ଷୀୟ ୱିଲିୟମ ଖାଖା ଏବଂ ୩୦ ବର୍ଷୀୟ ଧିରୁଆ ବାର୍ଲା ।

ସୂଚନା ମୁତାବକ ଆଜି ପ୍ରାୟ ଦିବା ୧୧ଟା ସମୟରେ ଏକ ଟ୍ରାକ୍ଟର (ଓଡ଼ି ୧୬ବି ୩୭୨୩ ) ଡୁଡି ପଟୁ ରାଣିପିଆ ଗ୍ରାମ ପଟକୁ ଯାଉଥିବା ସମୟରେ ମାଲିଡ଼ିହି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗାଁ ରାସ୍ତା ରେ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଲ ଭିତରକୁ ଓଲଟି ପଡିଥିଲା । ଦୁର୍ଘଟଣା ରେ ଟ୍ରାକ୍ଟର ର ଚାଳକ ସହ ଅନ୍ୟ ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡାଲା ତଳେ ଚାପି ହୋଇ ଯିବାରୁ ଘଟଣା ସ୍ଥଳରେ ଅନ୍ୟ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶ ଘଟଣା ସ୍ଥଳରେ ପହଞ୍ଚି ସ୍ତାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କ ମୃତ ଦେହକୁ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସି କୁ ବ୍ୟବଛେଦ ପାଇଁ ପଠାଇଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖି ଥିବା ବେଳେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme