
ରାସ୍ତା କଡରେ ହାତୀ ମୃତଦେହ । ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରୁ ହାତୀର ମୃତଦେହ ଠାବ ହୋଇଛି । ରାସ୍ତା କଡ଼ରେ ହାତୀ ମରପଡିଥିବା ଦେଖିବା ପରେ ଗ୍ରାମବାସୀ ରିଆମାଳ ବନବିଭାଗକୁ ଖବର ଦେଇ ଥିଲେ । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି । ବିଦ୍ୟୁତ ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଗତ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀ ଟି ସେହି ଅଞ୍ଚଳ ରେ ଉପଦ୍ରଵ କରୁଥିବା ସହ ୨ ଦିନ ତଳେ ଜଣେ ବୃଦ୍ଧ ଙ୍କୁ ଦଳି ମାରି ଦେଇଥିଲା l
