
ଜାତୀୟ ରାଜପଥରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ଡିମିରିକୁଦା ନିକଟରେ ଏକ ଅଜଣା ଗାଡି ଧକ୍କାରେ ମାଆ-ପୁଅଙ୍କ ମୃତ୍ୟୁ ହୋଇଛି । ସେହିପରି ରବିବାର ବିଳମ୍ବିତ ରାତିରେ କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଲୁହାପଙ୍କ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ଡିମିରିକୁଦା ନିକଟରେ ଏକ ଅଜଣା ଗାଡି ଧକ୍କାରେ ମାଆ ପୁଅଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
ସେପଟେ ରବିବାର ବିଳମ୍ୱିତ ରାତିରେ କଟକ ପଟରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ରେଢ଼ାଖୋଲ ଥାନା ଲୁହାପଙ୍କ ନିକଟରେ ଏକ ଟ୍ରେଲର ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ଜଣ ଆହତ ହୋଇ ଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ମୃତଦେହକୁ ଜବତ କରି ତଦନ୍ତ କରୁଛି ।

