Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ: ଅଭିଯୁକ୍ତମାନଙ୍କର ଟେର ପାଉନି ପୁଲିସ

Posted on October 18, 2025

ଭୁବନେଶ୍ୱରରେ ଘଟିଛି  ଲୋମହର୍ଷଣକାରୀ ଘଟଣା । ଜଣେ  ନାବାଳିକା ଗଣଦୁଷ୍କର୍ମର ଶିକାର  ହୋଇଛନ୍ତି । ପୀଡିତାଙ୍କ ଘର ବିହାରରେ ।  ଏମିତି କାଣ୍ଡ ଘଟିଛି କ୍ୟାପିଟାଲ ଥାନା  ଅଶୋକ ନଗର ଅଞ୍ଚଳରେ । ନାବାଳିକା  ଜଣଙ୍କ ଏବେ କ୍ୟାପିଟାଲ୍‌ ହସ୍ପିଟାଲ୍‌  ଆଇସିୟୁରେ ଅଛନ୍ତି । ପୁଲିସ୍‌ ମାମଲା  ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା  ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ  ଅଭିଯୁକ୍ତମାନଙ୍କର ଟେର ପାଇ ନାହିଁ ।  

ଗତକାଲି ବିଳମ୍ବିତ ରାତିରେ  ଜଣେ ୧୭ ବର୍ଷର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତା କଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିଲେ । କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା  କରିଥିଲେ । ରାତି ଯେତେ ବଢ଼ିଥିଲା  ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ  ହେଉଥିଲେ । କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ  ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି । ପିନ୍ଧିଥିବା ପୋଷାକ ଚିରା ହୋଇଛି । ଏହା ଦେଖି ସେମାନେ  ପୁଲିସ୍‌କୁ ଫୋନ୍‌ କରିଥିଲେ । ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ  ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ  ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ  ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା  ସହ ପାଶବିକ ଅତ୍ୟାଚାର ହୋଇଛି । ନାବାଳିକା ଜଣଙ୍କ କଥା ମଧ୍ୟ  ହୋଇପାରୁନଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଘର ବିହାର ରାଜ୍ୟରେ ବୋଲି ନାବାଳିକା ଜଣଙ୍କ  ଡାକ୍ତରଙ୍କୁ ଜଣାଇଛନ୍ତି ।  ପୀଡିତାଙ୍କ ଅବସ୍ଥା ଦେଖି  କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏ  ବିଷୟରେ କ୍ୟାପିଟାଲ ଥାନା ପୁଲିସ୍‌କୁ  ଜଣାଇଥିଲେ । ପୁଲିସ୍‌ ବିଳମ୍ବିତ  ରାତିରେ ଗଣଦୁଷ୍କର୍ମ ଓ ପୋକ୍ସୋ  ମାମଲା ରୁଜୁ କରି ଘଟଣାର ତଦନ୍ତ  ଆରମ୍ଭ କରିଛି । ନାବାଳିକାର ପରିବାର  ଲୋକଙ୍କୁ ଯୋଗାଯୋଗ କରିଛି ।

ପୁଲିସ୍‌ କମିଶନର ଏସ୍‌  ଦେବଦତ୍ତ ସିଂହ କହିଛନ୍ତି, ଜଣେ  ନାବାଳିକାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର  ଡାକ୍ତରମାନେ ଚିକିତ୍ସା କରୁଥିଲେ । ଏ  ସମୟରେ ସେମାନଙ୍କୁ କିଛି ଗଡ଼ବଡ଼  ଅନୁଭବ ହୋଇଥିଲା । ସେମାନେ  ପୁଲିସ୍‌କୁ ଯୋଗାଯୋଗ କରିଥିଲେ ।  ପୁଲିସ୍‌ ମାମଲା ରୁଜୁ କରି ଘଟଣାର  ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ଘର  ବିହାର ବୋଲି କିଛି ପ୍ରମାଣ ମିଳି ନାହିଁ ।  ତା ଘର ବିହାର, ବୟସ ୧୭ ହେବ  ବୋଲି ସେ ଡାକ୍ତରୀ ଟିମ୍‌କୁ କହିଛି ।  ଘଟଣାର ତଦନ୍ତ ଚାଲିଛି । ତାଙ୍କ ସହ  କଣ ଘଟିଛି ତଦନ୍ତ ଚାଲିଛି। ଖୁବ୍‌ ଶୀଘ୍ର  ପ୍ରକୃତ କାରଣ ଜଣାପଡିବ ବୋଲି  ପୁଲିସ୍‌ କମିଶନର କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme