Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରେ ଡଗ୍‌ ସୋ’: ୮ ରାଜ୍ୟରୁ ଭାଗ ନେଲେ ୮୩ କୁକୁର

Posted on December 20, 2025

ଭଳିକି ଭଳି ଜର୍ମାନ ସେଫର୍ଡ । ନା ବି ସେମିତି, କାହାର ନାଁ ମାଇକଲ, କାହାର ନାଁ ରେଞ୍ଜ୍ ରୋଭର । କାହାର ନାଁ ଡାନିଭୋମ ସେନାଟୋ ତ କାହାର ନାଁ କିଙ୍ଗସ ୱେ ପିକ୍ସି । ସମସ୍ତେ କୌଶଳ ପ୍ରଦର୍ଶନରେ ମାହିର । ମାଷ୍ଟରଙ୍କ ଇଶାରାରେ ଦୌଡୁଥାନ୍ତି, ଡେଉଁଥାନ୍ତି ଓ ଭିନ୍ନଭିନ୍ନ ଭଙ୍ଗୀରେ ପୋଜ୍ ଦେଉଥାନ୍ତି । ଏପରିକି କ୍ୟାମେରା ଦେଖିଲେ, ଗୋଡ ଟେକି ନିରୀହଙ୍କ ଭଳି ଚାହୁଁଥାନ୍ତି । ଏହିଭଳି ଭାବେ କୌଶଳ ଦେଖାଇଥିଲେ ଗୋଟିଏ ପରେ ଗୋଟିଏ ଜର୍ମାନ ସେଫର୍ଡ । ଏଭଳି କିଛି ଦେଖିବାକୁ ମିଳିଛି ଡଗ୍ ସୋ’ର ପ୍ରଥମ ଦିନରେ ।

ଓଡ଼ିଶା କେନେଲ୍ କ୍ଲବ୍(ଭୁବନେଶ୍ୱର) ପକ୍ଷରୁ ଶୁକ୍ରବାର ଓୟୁଏଟିସ୍ଥିତ ଭେଟେରନାରୀ ପଡ଼ିଆରେ ଆରମ୍ଭ ହୋଇଛି ସର୍ବଭାରତୀୟ ଡଗ୍ ସୋ ଚାମ୍ପିଅନସିପ୍ । ପ୍ରଥମ ଦିନରେ ‘ଦି ଜର୍ମାନ ସେଫର୍ଡ ଡଗ୍ କନଫେଡେରେସନ୍(କଳିଙ୍ଗ ଚାପ୍ଟର)’ ପକ୍ଷରୁ ଅଷ୍ଟମ ଜର୍ମାନ ସେଫର୍ଡ କୁକୁରଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହୋଇଥିଲା । ଏହି ପ୍ରଦର୍ଶନୀକୁ ଓୟୁଏଟିର କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଜର୍ମାନୀରୁ ଆସିଥିବା ଜୋସେନ୍ ପ୍ରଲ୍ ବିଚାରକ ଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଭଳି ୮ଟି ରାଜ୍ୟରୁ ୮୩ଟି ଜର୍ମାନ ସେଫର୍ଡ ଭାଗ ନେଇ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେଥିଧ୍ୟରୁ କେତେକ ଜର୍ମାନ ସେଫର୍ଡଙ୍କ ଦାମ୍ ୩୦ରୁ ୩୫ଲକ୍ଷ ଟଙ୍କା ଥିଲା ।

ପ୍ରଦର୍ଶନୀରେ ମାଲିକ ଟାକ୍ସର ମୂର୍ତ୍ତିଙ୍କ ‘ଜାନକୋ କେଂଜ୍ ହୋଫ’, ଆରବ ଦେବଙ୍କ ‘ୟୋଗୋ ଭମ୍ ଏସଟ’ ଡଲାସ ଭୋମଙ୍କ ‘ରେଗ୍ନା’ ଶ୍ରେଷ୍ଠ ୩ ଅଣ୍ଡିରା ଜର୍ମାନ ସେଫର୍ଡ ବର୍ଗରେ ସ୍ଥାନ ପାଇଥିଲେ । ସେହିପରି ମାଈ ଜର୍ମାନ ସେଫର୍ଡ ବର୍ଗରେ ବୈଭବ ରୟାଲଙ୍କ ‘ଇଜି ଅଫ୍ ଗ୍ୟାଙ୍ଗସ୍, ଧୀରଜ ଦେବଙ୍କ ‘ଡାନିଭୋମ ସେନାଟୋ ଓ ହାରିସ କପିଲଙ୍କ କିଙ୍ଗସେ ୱେ ପିକ୍ସି’ ପ୍ରମୁଖ ରହିଛନ୍ତି । ଏହି ଡଗ୍ ସୋ’ ଚାମ୍ପିଅନସିପ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା କେନେଲ କ୍ଲବର ସଭାପତି ସୁବ୍ରତ ପୃଷ୍ଟି ଓ ସମ୍ପାଦକ ସିଦ୍ଧାନ୍ତ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme