Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରେ ଜିରୋ ଭିଜିବିଲିଟି, ଟ୍ରେନ୍-ଫ୍ଲାଇଟ୍ ସେବା ବାଧାପ୍ରାପ୍ତ

Posted on December 29, 2025

ବିଗୁଡ଼ୁଛି ଦିଲ୍ଲୀ ବାୟୂ । ପ୍ରଦୂଷଣ ସହ ଘନ କୁହୁଡ଼ି ବଳୟରେ ରାଜଧାନୀ । ଦିଲ୍ଲୀ-ଏନସିଆର ସମେତ ଅନେକ ସ୍ଥାନ ଗତକାଲି ରାତିରୁ କୁହୁଡ଼ି ଚାଦର ଘୋଡାଇ ହୋଇଛି । ଦିନ ରାତିର ଭ୍ରମ ସୃଷ୍ଟି କରୁଛି । ଅନେକ ଅଞ୍ଚଳରେ AQI ୪୦୦ ପାର କରିଛି । ଯାହା ବିପଦଜ୍ଜନକ ସ୍ଥିତିରେ ରହିଛି । ପ୍ରଦୂଷଣ ଦେଖି ଅରେଞ୍ଜ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । କୁହୁଡ଼ି ପାଇଁ ହାତେ ବାଟ ବି ସ୍ପଷ୍ଟ ଦେଖାଯାଉନାହିଁ । ଜିରୋ ଭିଜିବିଲିଟି ପାଇଁ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରାୟ ୧୩୦ ପ୍ଲାଇଟ୍ ବାତିଲ ହୋଇଥିବା ବେଳେ ୨୦୦ରୁ ଅଧିକ ବିଳମ୍ବ ହୋଇଛି ।

କୁହୁଡ଼ି ଯୋଗୁଁ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ସ୍ତର ୪୦୦ ଅତିକ୍ରମ କରିଛି । ଆନନ୍ଦ ବିହାର ଏବଂ ରାଜଘାଟ ନିକଟରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିସାରିଛି ।  ଘନ କୁହୁଡ଼ି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି, ତେଣୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇଛି । ନୋଏଡ଼ା ଏବଂ ଗାଜିଆବାଦରେ ଆଜି ସ୍କୁଲ ଛୁଟି ଘୋଷଣା ହୋଇଛି । ଜାନୁଆରୀ ପହିଲା ଯାଏ ସ୍କୁଲ ଛୁଟି ।

କୁହୁଡ଼ି ବିମାନ ଏବଂ ଟ୍ରେନ୍‌ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ଯଦି ଆପଣ ଯାତ୍ରା କରୁଛନ୍ତି, ତେବେ ବାହାରକୁ ଯିବା ପୂର୍ବରୁ ଆପଣଙ୍କର ବିମାନ କିମ୍ବା ଟ୍ରେନ୍‌ର ସମୟସୂଚୀ ଯାଞ୍ଚ କରି ନିଅନ୍ତୁ । ଯେଉଁମାନେ ନିଜସ୍ୱ ଗାଡି ଚଳାଇ ଯାଉଛନ୍ତି ସେମାନଙ୍କର ଫଗ୍ ଲ୍ୟାମ୍ପ ଏବଂ ପାର୍କିଂ ଲାଇଟ୍ ଜଳାନ୍ତୁ । କମ୍ ଦୃଶ୍ୟମାନତା ଯୋଗୁଁ, ୧୦୦ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଚାଲୁଛି, ଯେତେବେଳେ ୫ଟି ଟ୍ରେନ୍‌କୁ ସ୍ଥାନାନ୍ତର କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme