
ରାଜଧାନୀର ବୁଦ୍ଧ ପାର୍କ ନିକଟରେ ଆଜି ଘଟିଥିବା ଏକ ହୃଦୟବିଦାରକ ଘଟଣା ଅଞ୍ଚଳରେ ତହଲକା ସୃଷ୍ଟି କରିଛି। ପୂର୍ବତନ ପ୍ରେମିକ ନିଜ ପ୍ରେମିକାଙ୍କୁ ଆକ୍ରମଣ କରି ତାଙ୍କ ତଣ୍ଟି କାଟିଦେଇଛି।
ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପ୍ରେମିକ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ବୁଦ୍ଧ ପାର୍କ ଅଞ୍ଚଳ ଓ ସମୀପବର୍ତ୍ତୀ ରାସ୍ତାରେ ଚେକିଂ କରି ପ୍ରେମିକ କୁ ଗିରଫ କରିଛି।
ପୋଲିସ ଆରୋପୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଥ୍ୟ ଅନୁସାରେ, ଦୁଇଝଣଙ୍କ ମଧ୍ୟରେ ପୂର୍ବରୁ ବିବାଦ ଚାଲିଥିଲା ଓ ସେଥିରୁ ଆକ୍ରୋଶରେ ଆସି ପ୍ରେମିକ ଏହି ଅପରାଧ କରିଥିବା ସମ୍ଭାବନା ରହିଛି।
ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆତଙ୍କ ସୃଷ୍ଟି ହୋଇଛି।.

