Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରବିବାରଠୁ ପକ୍ଷୀ ଗଣନା

Posted on January 17, 2026

ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ଚଳିତ ୧୮ତାରିଖରେ ପକ୍ଷୀ ଓ ୨୦ରେ ଡଲ୍‌ଫିନ ଗଣନା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସକାଳ ୬ଟାରୁ ଅପରାହ୍ଣ ୧ ଘଟିକା ଯାଏଁ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୨ଟି ଟିମ ପକ୍ଷୀ ଗଣନା କରିବେ । ପ୍ରତି ଟିମ୍‌ରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହେବେ । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ କରାଯାଇଥିବା ବେଳେ ଶନିବାର ପକ୍ଷୀ ଗଣନାକାରୀଙ୍କୁ ବଡ଼କୁଳସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଓ ତାଲିମ କେନ୍ଦ୍ରରେ ତାଲିମ ଦିଆଯିବ । ତାଲିମରେ ୧୩୦ରୁ ଅଧିକ ପକ୍ଷୀ ଗଣନାକାରୀ ସାମିଲ ହେବେ ।

ସେହିପରି ଚିଲିକାରେ ଡଲ୍‌ଫିନ ଗଣନା ୨୦ ତାରିଖରେ ହେବ । ଏହି ଗଣନା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୯ରେ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ବୋଲି ଡିଏଫ୍ଓ ଜଣାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme