
ରତ୍ନଭଣ୍ଡାର ବୈଠକ ଆସନ୍ତା ୨୭ ତାରିଖରେ ହେବା ନେଇ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହେବ । ଏଥିସହ ଗଣତି ମଣତି ନେଇ SOP ଉପରେ ଆଲୋଚନା ହେବ । ଜଷ୍ଟିସ୍ ରଥ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି । ରଥ କହିଛନ୍ତି ଜାନୁଆରୀ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ । ୧୯୭୮ ମସିହା ଗଣତି ମଣିତ ତାଲିକା ସହ ମେଳ କରାଯିବ ।
