
ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ଗୃହର ତାଲା ଭାଙ୍ଗି କିଛି ଦୃର୍ବୁତ୍ତ ମୂର୍ତ୍ତି, ଅଳଙ୍କାର ସହିତ ୨୫୦୦ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାଶରଥି ସାହୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଣପୁର ପୋଲିସ ୪୬୪/୨୫ ଏକ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା ।
୨୪ ଘଣ୍ଟା ଭିତରେ ତିନି ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ରୁପା ଅଳଙ୍କାର, ପିତଳ ମୂର୍ତ୍ତି ସହିତ ୧୫୦୦ ଟଙ୍କା ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଅଞ୍ଚଳର ଶ୍ରୀନିବାସପୁର ଗ୍ରାମର ସୁସାନ୍ତ ସାସମଲ, ବଳରାମ ସାସମଲ ଓ ଅଚ୍ୟୁତରାଜପୁର ସସନ ଗ୍ରାମର ଅମ୍ବିକା ହୋତା । ଏନେଇ ବାଣପୁର ଥାନା IIC ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।
