
କଟକରେ ଜଘନ୍ୟ ହତ୍ୟାକାଣ୍ଡ । ଯୁବକଙ୍କୁ ମାରି ମହାନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ହତ୍ୟା ପରେ ହାତଗୋଡ଼ ବାନ୍ଧି ବସ୍ତାରେ ପୂରାଇ ମହାନଦୀରେ ଫିଙ୍ଗିଲେ। ବ୍ରଜବିହାରୀପୁର ନିକଟ ବୋଟକ୍ଲବ ମହାନଦୀରୁ ମିଳିଲା ମୃତଦେହ । ମୃତ ଯୁବକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର, ଘର ତୁଳସୀପୁରରେ ବୋଲି ସୂଚନା ମିଳିଛି । ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ବିଡାନାସୀ ଥାନା ପୋଲିସ । ଜମିବାଡ଼ିକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି
