Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯାନବାହନ ବଢ଼ାଉଛି ୪୦ ପ୍ରତିଶତ ପ୍ରଦୂଷଣ, ଲୋକଙ୍କ ସ୍ୱାସ୍ଥ୍ୟ ଓ ଅର୍ଥ ବ୍ୟବସ୍ଥା ଉପରେ ପକାଇବ ପ୍ରଭାବ

Posted on December 27, 2025

ଭାରତରେ କୋଭିଡ-୧୯ ପରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ। ବ୍ରିଟେନରେ କାର୍ଯ୍ୟରତ ଭାରତର ଅନେକ ବରିଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ସେମାନେ କହିଛନ୍ତି, ଆଗାମୀ ଦିନରେ ଏହି ପ୍ରଦୂଷଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ । ଯଦି ତତ୍କାଳ ପଦକ୍ଷେପ ନିଆ ନ ଯିବ ତେବେ ଏହି ସମସ୍ୟା ପ୍ରତିବର୍ଷ ବଢ଼ିବ । 

ଗତ ୧୦ ବର୍ଷ ହେଲା ହୃଦ୍‌ରୋଗ ସହ ମେଦ ବହୁଳତା ଯୋଡ଼ି ହୋଇଯାଇଛି। ଏଥିରେ ଯାନବାହନ ଓ ବିମାନରୁ ନିର୍ଗତ ବିଷାକ୍ତ ତତ୍ତ୍ୱର ବଡ଼ ଭୂମିକା ରହିଛି। ଇଂଲଣ୍ଡର ଲିଭରପୁରରେ କାର୍ଯ୍ୟରତ ଫୁସ୍‌ଫୁସ ରୋଗ ବିଶେଷଜ୍ଞ ତଥା ଭାରତ ସରକାରଙ୍କ କୋଭିଡ-୧୯ ଆଡଭାଇଜରି କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମଙ୍କ କହିବାନୁଯାୟୀ ବାୟୁ ପ୍ରଦୂଷଣ ଉପରେ ଭାରତ ସରକାର ଫୋକସ୍‌ କରିଛନ୍ତି । କିନ୍ତୁ ଏଥିରେ ବହୁ ବିଳମ୍ବ ହୋଇଯାଇଛି । ଲଣ୍ଡନର ସେଣ୍ଟ ଜର୍ଜ ବିଶ୍ୱବିଦ୍ୟାଳୟର ହୃଦ୍‌ରୋଗ ବିଶେଷଜ୍ଞ ରାଜୟ ନାରାୟଣଙ୍କ କହିବାନୁଯାୟୀ ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ସୃଷ୍ଟି ହେଉଥିବା ହୃତ୍‌ପିଣ୍ଡ, ଶ୍ୱାସ ପ୍ରଶ୍ୱାସ, ସ୍ନାୟୁ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ରହିଛି । ପ୍ରଦୂଷଣକୁ ରୋକିବ ଲାଗି ପଦକ୍ଷେପ ନେବାରେ ବିଳମ୍ବ ଯୋଗୁ ଉଭୟ ସ୍ୱାସ୍ଥ୍ୟ ଓ ଆର୍ଥିକ ବୋଝ ବଢ଼ିବ । ମୁଣ୍ଡବିନ୍ଧା, ହାଲିଆ ଲାଗିବା, ହାଲ୍‌କା କାଶ, ଗଳା ଦରଜ, ପାଚନ ସମସ୍ୟା, ଆଖି ଶୁଷ୍କ ହୋଇଯିବା, ଚର୍ମରେ ଲାଲ ଚିହ୍ନ ଓ କ୍ରମାଗତ ସଂକ୍ରମଣ ଭଳି ସମସ୍ୟାକୁ ଛୋଟମୋଟ କହି ସବୁବେଳେ ଲୋକମାନେ ଅଣଦେଖା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇଥାଏ । 

ଡାକ୍ତରଙ୍କ କହିବାନୁଯାୟୀ ଚଳିତ ମାସରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସହ ଜଡ଼ିତ ରୋଗୀଙ୍କ ସଂଖ୍ୟା ୨୦-୩୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅନେକ ଯୁବକ ଏବଂ ପୂର୍ବରୁ ଚିକିତ୍ସିତ ହୋଇଥିବା ରୋଗୀ ଅଛନ୍ତି । ଏବେ ବି ଆହୁରି ଅନେକ ଲୋକ ଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ପୀଡ଼ିତ । କିନ୍ତୁ ସେମାନେ ଏହାକୁ ଅଣଦେଖା କରି ହସ୍ପିଟାଲକୁ ଆସୁନାହାନ୍ତି କିମ୍ବା ଚିକିତ୍ସିତ ହେବାକୁ ଚାହୁଁନାହାନ୍ତି । ଯାହାକି ଆଗାମୀ ଦିନରେ ଗମ୍ଭୀର ପରିଣାମ ସୃଷ୍ଟି କରିପାରେ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀଶ ଗଡକରୀ ଗତ ମଙ୍ଗଳବାର ସ୍ୱୀକାର କରିଥିଲେ ଯେ ଦିଲ୍ଲୀରେ ଯେତିକି ବାୟୁ ପ୍ରଦୂଷଣ ହେଉଛି ସେଥିରୁ ୪୦ ପ୍ରତିଶତ କେବଳ ପରିବହନ କ୍ଷେତ୍ରରୁ ହିଁ ଆସୁଛି । ଯାହା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରିବାର ଫଳ ବୋଲି ସେ କହିଥିଲେ । 

ସଦ୍ୟ ସମାପ୍ତ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର କହିଥିଲେ ଯେ ପ୍ରଦୂଷଣ ଓ ତାର ସିଧାସଳଖ ପ୍ରଭାବ ଦୃଦ୍‌ପିଣ୍ଡ ଉପରେ ପଡ଼ିବା ସମ୍ପର୍କରେ କୌଣସି ଠୋସ୍‌ ତଥ୍ୟ ତାଙ୍କ ପାଖରେ ନାହିଁ । କିନ୍ତୁ ସରକାର ମାନିଥିଲେ ଯେ ବାୟୁ ପ୍ରଦୂଷଣ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୃଦ୍ଧିର ଏକ କାରଣ ପାଲଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଆଗତ କରାଯାଇଥିବା ରିପୋର୍ଟ ଅନୁସାରେ ଗତ ୩ ବର୍ଷରେ ଦିଲ୍ଲୀରେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ୨ ଲକ୍ଷରୁ ଅଧିକ ଲୋକ ହସ୍ପିଟାଲ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ହଜାରରୁ ଅଧିକ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେବାକୁ ପଡ଼ିଛି । 
ଲାନ୍‌ସେଟ ଫାଉଣ୍ଡେସନ ଅଫ୍‌ ହେଲ୍‌ଥ ଆଣ୍ଡ କ୍ଲାଇମେଟ ଚେଞ୍ଜ ୨୦୨୫ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ପିଏମ୍‌ ୨.୫ ପ୍ରଦୂଷଣ ଯୋଗୁ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେଥିରୁ ୨.୬୯ ଲକ୍ଷ ମୃତ୍ୟୁ ସଡକ ପରିବହନ ସହ ଜଡ଼ିତ ପେଟ୍ରୋଲ ଓ ଡିଜେଲରୁ ସୃଷ୍ଟି ପ୍ରଦୂଷଣ ଯୋଗୁ ହୋଇଥିଲା । ଗତ ମେ’ରେ ଇଣ୍ଟରନ୍ୟାସନାଲ କାଉନ୍‌ସିଲ ଅନ୍‌ କ୍ଲିନ ଟ୍ରାନ୍ସପୋର୍ଟେସନ ପକ୍ଷରୁ କରାଯାଇଥିବା ଏକ ବୈଶ୍ୱିକ ଅଧ୍ୟୟନରେ କୁହାଯାଇଥିଲା ଗାଡ଼ିରୁ ବାହାରୁଥିବା ବିଷାକ୍ତ ଗ୍ୟାସକୁ ନିୟନ୍ତ୍ରଣ କରିବା ଲାଗି ନୀତି ଅଣାଗଲେ ୨୦୪୦ ବେଳକୁ ୧୯ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ । ଏଥିସହ ୧୪ ଲକ୍ଷ ପିଲାଙ୍କୁ ଶ୍ୱାସ ରୋଗରୁ ରକ୍ଷା କରାଯାଇପାରିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme