Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯାତ୍ରାରେ ପରିସ୍ରା ଚିନ୍ତା,୧୫ ହଜାର ଲୋକଙ୍କୁ ୨୦ ଟଏଲେଟ

Posted on January 14, 2026

ଏଥର ବି ଗନେ୍ଧଇବ ଖଣ୍ଡଗିରି ପାଦଦେଶ ଅଞ୍ଚଳ । ଖଣ୍ଡଗିରି ଫ୍ଲାଏଓଭର ତଳ ଓ ଛକରେ ଗୋଡ଼ାଇବ ପରିସ୍ରା ଗନ୍ଧ । ବ୍ୟବସ୍ଥା ଓ ପ୍ରସ୍ତୁତି ଯାହା, ଖଣ୍ଡଗିରି ଯାତ୍ରା ସମୟରେ ପରିମଳ ସ୍ଥିତି ବଦଳିବା ଆଶା କମ୍ । ପ୍ରସ୍ତୁତି ଜୋରଦାର । ଆସନ୍ତା ୨୫ରୁ ଆରମ୍ଭ ହେବ ଖଣ୍ଡଗିରି ମାଘ ମେଳା । ୨୭ରୁ ଫେବ୍ରୁଆରୀ ୭ ଯାଏ ଚାଲିବ ପ୍ରସିଦ୍ଧ ଯାତ୍ରା ମହାକୁମ୍ଭ । ଏକାଠି ହେବେ ହଜାର ହଜାର ଲୋକେ ।

ରାଜ୍ୟର କୋଣ ଅନୁକୋଣରୁ ମାଡ଼ି ଆସିବେ ଯାତ୍ରାପ୍ରେମୀ । ରଙ୍ଗୀନ ଆଲୁଅର ଚିକିମିକିରେ ଝଲସିବ ଓ ନିଶାର୍ଦ୍ଦର ସଂଳାପରେ ଦୁଲୁକିବ ଖଣ୍ଡଗିରି । ଚଳିତବର୍ଷ ୭ଟି ମଞ୍ଚରେ ପରିବେଷିତ ହେବ ଯାତ୍ରା । ପ୍ରତିରାତିରେ ଏକ ସମୟରେ ୭ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ । ଆକଳନ ଅନୁସାରେ ପ୍ରତି ଯାତ୍ରା ପେଣ୍ଡାଲରେ ସର୍ବନିମ୍ନ ୨ ହଜାର ପାଖାପାଖି ସିଟ୍ ବ୍ୟବସ୍ଥା କରାଯାଇଥାଏ । ଅର୍ଥାତ ଗୋଟିଏ ରାତିରେ ଯାତ୍ରା ଦେଖିବାକୁ ପ୍ରାୟ ୧୪ ହଜାରରୁ ୧୫ ହଜାର ଯାତ୍ରା ପ୍ରେମୀ ଆସିଥିବେ । ଏହା ସାଙ୍ଗକୁ ମେଳା ଦେଖିବାକୁ ଦିନରାତି ହଜାର ହଜାର ଲୋକେ ଆସିବେ । ଶତାଧିକ ବ୍ୟବସାୟୀ ରାସ୍ତାର ଏପାଖରୁ ସେ ପାଖ ବ୍ୟବସାୟ ପସରା ମେଲାଇବେ । ଚିନ୍ତାର ବିଷୟ ହେଲା, ଏତେ ଲୋକେ ପରିସ୍ରା କରିବେ କେଉଁଠି? ବିଏମସି ପକ୍ଷରୁ ସାଧୁସନ୍ଥଙ୍କ ପାଇଁ ଅତିରିକ୍ତ ଶୌଚାଳୟ ବ୍ୟବସ୍ଥା କରାଯାଇଥିବାବେଳେ ଯାତ୍ରା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ୨୦ଟି ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯାଇଛି ।

୧୦ଟି ପୁରୁଷଙ୍କ ପାଇଁ ଓ ୧୦ଟି ମହିଳାଙ୍କ ପାଇଁ । ଏହାବାଦ୍ ବିଭିନ୍ନ ଯାତ୍ରା ଆୟୋଜକ କମିଟି ପକ୍ଷରୁ ପେଣ୍ଡାଲ ପାଖରେ ୫ଟି ଶୌଚାଳୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନ ହେଲେ ଏନ୍ଓସି ଦେବାକୁ ମନା କରାଯାଇଛି । ମାତ୍ର ଏହା ପର୍ଯ୍ୟାପ୍ତ ହେବ ତ? ଏଥିରୁ ଅନୁମାନ କରାଯାଇପାରେ, ଯାତ୍ରା ଦେଖିବାକୁ ଆସିଥିବା ହଜାର ହଜାର ଲୋକେ ଏ ବର୍ଷ ବି ଓଭରବ୍ରିଜ ତଳେ, ଟେଣ୍ଟ ପଛ ପଟେ, ରାସ୍ତା ପାଶ୍ୱର୍ରେ ପରିସ୍ରା କରିବେ । ଆଉ ପୂରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ିବ । ବିଏମ୍ସି ଦକ୍ଷିଣ-ପୂର୍ବ ଜୋନାଲ କମିଶନର କହିଛନ୍ତି, ପରିମଳ ବ୍ୟବସ୍ଥା ନେଇ ବିଏମସି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଆବଶ୍ୟକତା ଦେଖି ଶୌଚାଳୟ ସଂଖ୍ୟା ବଢାଯିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme