
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୋଟା ଗାଁରେ ବାରହା ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ସାରୁଆଳୀ ପଞ୍ଚାୟତ ମୋଟା ଗାଁର ଲକ୍ଷ୍ମୀଧର ପଧାନ। ଲକ୍ଷ୍ମୀଧର ଗାଁ ପାଖ ଦଣ୍ଡି କିଆରୀ ନିକଟକୁ ଧାନ କାଟିବାକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ। ତେବେ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।ସେପଟେ ବାରହା ଆକ୍ରମଣରେ ବମ୍ପୁ ଗାଁର ଧନେଶ୍ବର ଦେହୁରୀ ଆହତ ହୋଇଥିବା ଜଣାପଡିଛି।
