
ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି, ଏହାପରି ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି।
୧୭ ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ ଅଭ୍ୟାସ ସମୟରେ ମୁଣ୍ଡରେ ବଲ୍ ଲାଗି ଗୁରୁତର ଅବସ୍ଥାରେ ମୋନାଶ ମେଡିକାଲ୍ ସେଣ୍ଟରକୁ ପଠାଯାଇଥିଲେ। ହସପିଟାଲରେ ଲାଇଫ ସପୋର୍ଟରେ ରଖାଯିବା ସତ୍ତ୍ୱେ, ତାଙ୍କର ମୃତ୍ୟୁ ଘଟିଛି।
କ୍ରିକେଟ ଅଷ୍ଟ୍ରେଲିଆ ବେନଙ୍କ ବିୟୋଗରେ ସୋସିଆଲ ମିଡିଆରେ ଗଭୀର ଦୁଃଖ ବ୍ୟକ୍ତ କରିଛି ଏବଂ ପରିବାରକୁ ସମବେଦନା ଜଣାଇଛି।
ଏହି ଘଟଣା , ୨୦୧୪ରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଫିଲିପ୍ ହ୍ୟୁଗ୍ସ ମଧ୍ୟ ଏକ ମ୍ୟାଚ୍ ବେଳେ ବଲ୍ ବାଜିବାରୁ ପ୍ରାଣ ହରାଇଥିଲେ । ତାଙ୍କର ମଧ୍ୟ ବେକରେ ବଲ ବାଜିଥିଲା । ହ୍ୟୁଗ୍ସଙ୍କ ଘଟଣା ପରେ କ୍ରିକେଟରେ ସୁରକ୍ଷାକୁ ନେଇ ଅନେକ ନୂତନ ନିୟମ ଲାଗୁ କରାଯାଇଥିଲା।

