
ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ରୋଗୀ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିବା ବେଳେ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡୁଛନ୍ତି । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ମହିଳା ରୋଗୀ ଜଣକ ବେଡ୍ ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଛନ୍ତି । ଏହା କେଉଁ ମେଡିକାଲ ର ଓ କେବେକାର ତାହା ସ୍ପଷ୍ଟ ହୋଇନାହିଁ । ଭିତରର ଦୃଶ୍ୟରୁ ଏହା ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି । ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ ।
