
ବାରିପଦା ମେଡିକାଲରୁ ଶିଶୁ ଚୋରି । ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ । ବାରିପଦା ସଦର ରାଣୀଭୋଳ ଗାଁର ଧାନାଇଁ ହାଁସଦାଙ୍କ ପତ୍ନୀ ଫୁଲମଣୀ ସୋରେନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।
ଗତକାଲି ରାତିରୁ ଜଣେ ମହିଳା ଆସି କଥା ହେବା ସହ ସମ୍ପର୍କ ବଢାଇଥିଲେ । ଆଜି ସକାଳୁ ମହିଳା ଜଣକ କୌଶକ୍ରମେ ଛୁଆକୁ ନେଇ ଉଭାନ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ଛୁଆକୁ ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି ଓ ଆଶା ଦିଦି । ଅଭିଯୋଗ ପରେ ତଦନ୍ତ କରୁଛି ବାରିପଦା ଟାଉନ ଥାନା ପୋଲିସ ।

