
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଯୁବକ। ମାତ୍ର ଡ଼ିସଚାର୍ଜ ରିପୋର୍ଟ ଦେଇ କାମ ସାରି ଦେଇଛନ୍ତି ଷ୍ଟାପ। ସେପଟେ ଜୀବନ ମରଣ ସହିତ ୱାର୍ଡ ଭିତରେ ରୋଗୀ ଛଟ ପଟ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କାମାକ୍ଷାନଗର ଥାନା କାମର୍ଦ୍ଦା ଗାଁର ଜଣେ ଯୁବକ ବିଷ ପାନ କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କୁ ସଠିକ ଚିକିତ୍ସା ପ୍ରଦାନ କରା ନଯିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଗତ କାଲି ଏକ ଅଜଣା ବୃଦ୍ଧାଙ୍କୁ ମଠକରଗୋଳା ଗାଁ ପାଖ ରାସ୍ତା କଡ଼ରୁ ଗୁରୁତର ଭାବେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ସେ ମେଡିକାଲ ବାରଣ୍ଡାରେ ପଡି ରହିଥିଲେ ମଧ୍ୟ ତାଙ୍କୁ ଉତ୍ତମ ଚିକିତ୍ସା ମିଳି ପାରିନଥିଲା।
ତେବେ ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଏପରି ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ ବାସିନ୍ଦା।

