
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ, ତୃତୀୟ ମହଲା କନ୍ଫରେନ୍ସ ହଲ୍ରେ ଅପରାହ୍ନ ୫ଟାରେ ହେବ।
ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ। ମିଳିଥିବା ସୂଚନା ଅନୁଯାୟୀ, ଆଇନ, ପୂର୍ତ୍ତ, ଜଳ ସମ୍ପଦ, ଗୃହ, ସ୍କୁଲ ଓ ଗଣଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମୋହର ଲାଗିପାରେ
