Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୩୬ରୁ ଅଧିକ ବଗି

Posted on October 8, 2025

ରାଜସ୍ଥାନର ଶ୍ରୀମାଧେପୁରର ନ୍ୟୁ ରେଲୱେ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରାକରୁ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ ବଗିଗୁଡିକ ପରସ୍ପର ଉପରେ ମାଡ଼ି ହୋଇପଡିଛି । ଏହି ଘଟଣା ପରେ ଟ୍ରେନ ଚଳାଚଳା ବାଧାପ୍ରାପ୍ତ ହୋଇଛି ।

ଖବର ମୁତାବକ, ମାଲବାହୀ ଟ୍ରେନ ଫୁଲେରାରୁ ରିୱାଡିକୁ ଯାଉଥିଲା । ମାଲବାହୀ ଟ୍ରେନ ସ୍ଲୋ ଥିବା ଯୋଗୁଁ ସାମ୍ନାକୁ ଏକ ଷଣ୍ଢ ପଶିଆସିଥିଲା । ଷଣ୍ଢକୁ ବଞ୍ଚାଇବା ପାଇଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ତେବେ ଘଟଣାର ସତ୍ୟାସତ୍ୟ ଜଣାପଡିନାହିଁ । ଘଟଣାରେ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଛି । ଘଟଣା ବିଷୟରେ ଜଣାପଡିବା ପରେ ରେଲୱେ ଅଧିକାରୀ ଜିଆରପି ତଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରାକରୁ ବଗି ଉଠାଇବାକୁ କାମ ଆରମ୍ଭ ହୋଇଛି । କୌଣସି ଜନହାନୀ ହୋଇନାହିଁ । କିନ୍ତୁ ରେଳ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନ ବିଳମ୍ବ ରହିଥିବା ବେଳେ ଅନେକର ରୁଟ୍ ପରିବର୍ତ୍ତନ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme