
ବାଲି ମାଫିଆଙ୍କ ଦୌରାତ୍ମ୍ୟ ରେ ଅତିଷ୍ଠ ହୋଇସାରିଲେଣି ଗ୍ରାମବାସୀ, ପ୍ରଶାସନ ଗ୍ରାମବାସୀଙ୍କ ଗୁହାରି ଶୁଣିଲେନି । ତାତିଲେ ଗ୍ରାମବାସୀ ତାଡିଲେ ବାଲିଘାଟ ରାସ୍ତା । ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅଧୀନରେ ଥିବା ବାଲିଘାଟ ରେ । ସରକାରୀ ସ୍ତରରେ ବାଲି ଉତୋଳନ ପାଇଁ ଅନୁମତି ରାତ୍ରି ସମୟରେ ରହିଥିବାବେଳେ , ଦିନବେଳା ଶହଶହ ଟ୍ରିପ୍ ଲଘୁଖଣିଜ ସଂପଦ ଲୁଟ କରୁଛନ୍ତି ବାଲି ମାଫିଆ ।
ତେବେ ଓଢଣା ବାଲିଘାଟ କୁ ଗେଣ୍ଡାଳିଆ ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାକୁ ଜେ ସି ବି ଦ୍ଵାରା କାଟି ବନ୍ଦ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ମାନେ ଭୁବନ ତହସିଲ ଠାରୁ ଆରମ୍ଭ କରି ଖଣି ବିଭାଗ ସହ ପ୍ରଶାସନର ଅନେକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୋଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଅନ୍ୟ ଉପାୟ ନପାଇ ସୋମବାର ଗ୍ରାମବାସୀ ଏକାଠି ହୋଇ ବାଲି ଗାଡ଼ି ନେଇ ଯାଉଥିବା ସମସ୍ତ ରାସ୍ତାକୁ ଜେଶିବି ମେସିନ ସାହାଯ୍ୟରେ ଖୋଳି ଦେଇଥିବା ଦେଖିବାକୁ ମିଳିଛି ।

